ନବ ନିର୍ମିତ କମ୍ୟୁନିଟ ସେଣ୍ଟର ଉଦ୍ଘାଟନ କଲେ ବିଧାୟକ
ବନ୍ତ (ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ବ୍ଲକ ପୋଡାପାଟଣା ଯେନାସାହି ଠାରେ ନବ ନିର୍ମିତ କମ୍ୟୁନିଟ ସେଣ୍ଟରକୁ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଉଦ୍ଘାଟନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏହି ନୂତନ କମ୍ୟୁନିଟ ସେଣ୍ଟର ନିର୍ମାଣ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ବିଜେଡି ସମ୍ପାଦକ ସୁବାସ ଦାସ, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ବେହେରା, ମନୋଜ ଦାସ, ଆଲୋକ କୁମାର ରାଉତ, ଶକ୍ତିଧର ରାଉତ, ଗଣନାଥ ବେହେରା, ସମୀମ ନୱାଜ, ସଞ୍ଜୀବ ଦାସ, ୱାର୍ଡ ସଭ୍ୟ ପ୍ରଦୀପ ଜେନା, ୱାର୍ଡ ସଭ୍ୟା କାମିନୀ ଜେନା, ବିକନ ଦାସ, ଜଗବନ୍ଧୁ ଜେନା, ରମାକାନ୍ତ ଜେନା, ମୂରଲୀଧର ଜେନା, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


