ସଭାପତି, ସଂପାଦିକା ବଦଳି ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବେ ମହିଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାପତି ଓ ସଂପାଦକଙ୍କ କାର୍ଯ୍ୟକାଳ ୨ ବର୍ଷ ପୂରଣ ହୋଇଯାଇଥିବା ବେଳେ ସେମାନେ ପଦବୀ ଛାଡୁ ନଥିବା ନେଇ ମହିଳା ମହାସଂଘର ସଭ୍ୟା ମାନେ ବି.ପି.ଏମ୍ ଓ ଏବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ସଭାପତି ଓ ସଂପାଦିକାଙ୍କ କାର୍ଯ୍ୟାକାଳ ଗତ ସେପ୍ଟେମ୍ବର ମାସରେ ସରି ଯାଇଥିବା ବେଳେ ସେମାନେ କୌଣସି ହିସାବ ପତ୍ର ନଦେବା ସହ ପଦବୀ ଛାଡୁ ନାହାନ୍ତି ବୋଲି ମହିଳା ମହାସଂଘର ସଭ୍ୟା ପୁଷ୍ପାଞ୍ଜଳୀ ସାମଲ, ତିଳୋତ୍ତମା ସାମଲ, କବିତା ମହାପାତ୍ର, ସୌଦାମିନୀ ନାୟକ, ଯମୁନା ଦାସ, ପୁଷ୍ପଲତା ଦାସଙ୍କ ସମେତ ଅନ୍ୟ ସଭ୍ୟା ଅଭିଯୋଗ କରିଛନ୍ତି । ସଂପୃକ୍ତ ସଭାପତି ଓ ସଂପାଦିକା ତୁରନ୍ତ ପଦବୀରୁ ଇସ୍ତଫା ନଦେଲେ ଆଗାମୀ ଦିନରେ ମହିଳା ସଭ୍ୟା ମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ