ପରିସଂଖ୍ୟାନ ବିଭାଗର ଅବସରପ୍ରାପ୍ତ ଅଧିକାରୀଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ପଦାକଣା ଗ୍ରାମର ପରିସଂଖ୍ୟାନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ପଦ୍ମନାଭ ଦାସ(୭୫)ଙ୍କର ଶନିବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ଖବର ପାଇ ରବିବାର ସକାଳେ ଭଣ୍ଡାରିପୋଖରୀ ବିଧାନସଭା ଭାଜପା ନେତା ସୁଧାଂଶୁ ଶେଖର ନାୟକ, ବରିଷ୍ଠ ବିଜେଡି ନେତା ସେକ ଜଲାଲଉଦ୍ଦୀନ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପଧାନପଡା ସରପଞ୍ଚ ଗଜେନ୍ଦ୍ର କୁମାର ସେଠୀ, ପୂର୍ବତନ ସରପଞ୍ଚ ସେକ ମୁସ୍ତାକ ଅଲ୍ଲୀ, ବରଡ଼େଶ୍ୱର ମଣ୍ଡଳ ଭାଜପା ସଭାପତି ପ୍ରମୋଦ କୁମାର ଜେନା, ଆଇନଜୀବି ମାଧବାନନ୍ଦ ଦାସ, ନିଳୋକ ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଅନନ୍ତ ଚରଣ ଦାସ, ସୁବାସ ଦାସ, କାହ୍ନୁ ଚରଣ ବାରିକ, ମୋହନ ଚରଣ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ସମସ୍ତ ଭାଇ, ଭାଇବୋହୁ, ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତିନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା। ସାନ ପୁଅ ମୁକ୍ତିକାନ୍ତ ମୁଖାଗ୍ନି ଦେଇଥିଲେ। ସେ କଳାହାଣ୍ଡି ଜିଲାରୁ ଚାକିରୀ ଜୀବନ ଆରମ୍ଭ କରି ପରେ ସୋନପୁର, ବଲାଙ୍ଗୀର ଏବଂ ଶେଷରେ ଭଦ୍ରକ ଜିଲାରେ ୨୦୧୦ ମସିହାରେ ଅବସର ନେଇଥିଲେ। ସେ ପୂର୍ବରୁ ପଧାନପଡା ପଞ୍ଚାୟତର ବିଜେଡି ସଭାପତି ଭାବେ ୨ ଥର ଦାୟିତ୍ୱ ନେବା ସହ ପାଣି ପଞ୍ଚାୟତର କୋଷାଧ୍ୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ