ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର

ଛତ୍ରପୁର,(ଦେବଦତ୍ତ ମହାରଣା): ମାଛ ଧରିବା ପାଇଁ ପକାଇଥିବା ଜାଲ ଉଠାଇବା ପାଇଁ ଯାଇଥିବା ବେଳେ ଜଣେ ଧୀବର ମୃତ ହେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ତରେଇପାଟପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।ଉକ୍ତ ଗ୍ରାମର ନବ ବେହେରାଙ୍କ ବଡ଼ ପୁଅ  ଗୋପାଳ ବେହେରା (୩୨) ଗ୍ରାମର ଅନ୍ୟମାନଙ୍କ ସହ ରବିବାର ଦିନ ମାଛ ଧରିବା ପାଇଁ ତାମ୍ପରା ହ୍ରଦରେ ଜାଲ ପକାଇଥିଲେ । ସୋମବାର ଅପରାହ୍ନରେ ମଧ୍ଯାହ୍ନ ଭୋଜନ ପରେ ଡଙ୍ଗା ନେଇ ଗୋପାଳ ତାମ୍ପରା ହ୍ରଦକୁ ଜାଲ ଉଠାଇବା ପାଇଁ ଯାଇଥିଲେ ମାତ୍ର ସେ ଆଉ ଘରକୁଫେରି ନଥିଲେ । ପରେ ବହୁ ଖୋଜାଖୋଜି କରାଯାଇଥିଲେ ବି ତାଙ୍କର ସନ୍ଧାନ ମିଳି ନଥିଲା। ତେବେ ସେ ବ୍ୟବହାର କରୁଥିବା ଡଙ୍ଗାରେ ଜାଲ ଉଠାଇ ରଖିଥିବା ହେତୁ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ସେଥି ସକାଶେ ଛତ୍ରପୁର ଥାନା ରେ ଏସମ୍ପର୍କ ଲିଖିତ ଭାବେ ପରିବାରଙ୍କ ପକ୍ଷରୁ ଜଣାଇଦିଆଯାଇଥିଲା l  ମଙ୍ଗଳବାର ଏ ସମ୍ପର୍କରେ ଛତ୍ରପୁର ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଖୋଜା ଖୋଜି କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ ।   ତେବେ ଅପରାହ୍ନ ସାଢେ ଚାରିଟା ବେଳେ ଗୋପାଳର ଶରୀର ଭାସିବା ପରେ ଗ୍ରାମବାସୀମାନେ ଯାଇ ଚିହ୍ନଟ କରିଥିଲେ । ଗୋପାଳ ପହଁରାରେ ଓସ୍ତାଦ ଥାଇ ପାଣିରେ ବୁଡ଼ିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛି । ତାମ୍ପରା ହ୍ରଦରେ  ପରିସରରେ ଭାସୁଥିବା  ଗୋପାଳ ଙ୍କ ଶରୀର କୁ ଛତ୍ରପୁର ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଅଗ୍ନିଶମ ବୋଟ ସାହାଯ୍ୟ ରେ ତାମ୍ପରା ହ୍ରଦ ଭିତକୁ ଯାଇ ମର ଶରୀର କୁ ଉଦ୍ଧାର କରିଥିଲେ l   ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ  ଘଟଣା ସ୍ଥଳରେ ପହଂଚି ଗୋପାଳଙ୍କ ମର ଶରୀର କୁ ଜବତ କରି  ବ୍ୟବଛେଦ ନିମନ୍ତେ ପଠାଇଥିଲେ l ଏହା ସହ  ଘଟଣା ର ତଦନ୍ତ ଚଳାଇଛନ୍ତି l ଗୋପାଳ  ବିବାହିତ ଓ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି ।  ଗୋପାଳଙ୍କ ପରିବାର ଏନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ପରିବାର ଏବେ ବେସାହାରା ହୋଇପଡିଲା l ଛତ୍ରପୁର ଫାୟାର୍ ବିଭାଗର ଫାୟାର୍ ଅଫିସର ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ଆଗ୍ନିକ ମୁକ୍ତିକାନ୍ତ ଜେନା, ଦିପ୍ତିରଞ୍ଜନ ସ୍ୱାଇଁ, ଚନ୍ଦ୍ରଶେଖର ସାମନ୍ତରା, ଦୀପକ କୁମାର ସାହୁ, ଶେଖ୍ ବାସୁରୁଦ୍ଧିନ୍‌, ଦୀପକ କୁମାର ମଲ୍ଲିକ ପ୍ରମୁଖ ଫାୟାର୍ ବୋଟ୍ ଦ୍ୱାରା ଗୋପାଳଙ୍କୁ ତାମ୍ପରା ହ୍ରଦୟ ପ୍ରାୟ ଦିନ ତମାମ୍ ଖୋଜିବାରେ ଲାଗି ରହିଥିଲେ  । ଘଟଣାର ଖବର ପାଇ କଣମଣା ସରପଂଚ ଏସ୍‌. ଚକ୍ରପାଣି ରେଡ୍ଡି, ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ୍ ୱାର୍କସ୍ ୟୁନିଅନ୍ ର କୋଷାଧ୍ୟକ୍ଷ ରାମେଶ୍ୱର ନାୟକ, ସ୍ଥାନୀୟ ଆର ଆଇ  ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ  ସୋମବାର  ଗୋପାଳପୁର ପୋର୍ଟରେ ଟ୍ରାକ୍ କ୍ଲିନିଙ୍ଗ୍ ୱାର୍କର ଭାବେ ଏ- ସିଫ୍ଟ ଡ୍ୟୁଟି ସାରି ଗୋପାଳ ଘରକୁ ଦିନ ୨.୩୦ରେ ଆସିଥିବା ବେଳେ ପୁଣି ଖାଇ ପିଇ ସେ ମାଛ ପକାଇଥିବା ଜାଲ ଉଠାଇବା  ନିମନ୍ତେ ଘରୁ ୩.୩୦ରୁ ବାହାରି ତାମ୍ପରା ହ୍ରଦକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ