ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ମହାମହୀମ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୨୦୦୫-୦୬ ମସିହାରୁ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଯୁକ୍ତି ନ ପାଇ ବୟସ ଗଡ଼ି ଯାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବୟସସୀମାକୁ କୋହଳ କରିବା ଏବଂ ବର୍ଷୱାରୀ ନିଯୁକ୍ତିକୁ ନିଶ୍ଚିତ କରିବା, ବିଭିନ୍ନ ହସ୍ପିଟାଲରେ ଖାଲି ପଡ଼ିଥିବା ଏ.ଏନ୍.ଏମ୍. ପଦବୀକୁ ତୁରନ୍ତ ପୂରଣ କରିବା ଏବଂ ଆପିଏନ୍ଏସ୍ ଷ୍ଟାଣ୍ଡାର୍ଡ଼ ଅନୁଯାୟୀ ପାହାଡ଼ିଆ ଅଞ୍ଚଳରେ ପ୍ରତି ଏକ ହଜାରରେ, ଗ୍ରାମାଞ୍ଚଳରେ ପ୍ରତି ଦୁଇ ହଜାରରେ ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବା ଏବଂ ଜାତୀୟ ସ୍ୱାସ୍ଥ୍ର‌୍ୟ ମିଶନ ଅନୁଯାୟୀ ସମସ୍ତ ସି.ଏଚ୍.ଏସ୍., ପି.ଏଚ୍.ଏସ୍., ସବ୍ସେଣ୍ଟର ଏବଂ ଜିଲ୍ଲା ହସ୍ପିଟାଲରେ ଥିବା ପଦବୀଗୁଡ଼ିକ ଯଥାଶୀଘ୍ର ପୂରଣ କରାଯାଉ । ନୂଆ ନୂଆ ସିଏଚ୍ଏସ୍ ଏବଂ ପିଏଚ୍ଏସ୍ ମାନ ଖୋଲାଯାଉ । ଏ.ଏନ୍.ଏମ୍ ନିଯୁକ୍ତିକୁ ନିଶ୍ଚିତ କରିବା ସହିତ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଏଏନ୍ଏମ୍ ନିଯୁକ୍ତି କରିବା ସୁଯୋଗ ରହିଛି । କାରଣ ଏଠାରେ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ । ସ୍ୱତନ୍ତ୍ର ପଲିସ୍ ମାଧ୍ୟମରେ ବେସରକାରୀ ସ୍ୱାସ୍ଥ୍ୟସଂସ୍ଥାମାନଙ୍କର ସରକାରୀ ନିୟମ ଏବଂ •କିରୀ ସର୍ତ୍ତାବଳୀ ନିଯୁକ୍ତି ଦିଆଯାଇପାରିବ । ଏଏନ୍ଏମ୍ ପାଶ୍ ପାଉଟ୍ମାନଙ୍କୁ •କିରୀ ନ ମିଳିବା ପର୍ଯ୍ୟନ୍ତ ଅତ୍ୟନ୍ତ ପକ୍ଷେ ବେକାରୀ ଭତ୍ତା ପ୍ରଦାନ କରାଯାଉ । ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇ ଭାରତ ସରକାରଙ୍କ ଅଧୀନରେ ଯେଉଁ ସ୍ୱାସ୍ଥ୍ୟ ମିଶନରେ ନିଯୁକ୍ତି ପ୍ରଦାନ କରାଯାଉଛି, ଯଦି ଏଏନ୍ଏମ୍ମାନଙ୍କୁ ସେ ସୁଯୋଗ ଦିଆନଯାଏ, ତେବେ ଆଗାମୀ ଦୁଇମାସ ମଧ୍ୟରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ •ଲି •ଲି ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନୂଆଦିଲ୍ଲୀର ଯନ୍ତରମନ୍ତର ଠାରେ ଆମରଣ ଅନଶନରେ ବସିବେ ବୋଲି ସଂଘର ସଭାପତି ପାର୍ଥସାରଥୀ ଜେନା କହିଛନ୍ତି । ସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକର୍ମୀ ସଂଘର ସମ୍ପାଦିକା ସଂଯୁକ୍ତ ସାହୁ, କାର୍ଯ୍ୟକାରିଣୀ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡାଇ, ସୋନାଲି ମହାନ୍ତି, ମିନତୀ ସାହୁ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସଂଘର ଦାବି ବିଷୟରେ ଉପସ୍ଥାପନ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ମହୋଦୟ ସଂଘକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଖୁବ୍ ଶୀଘ୍ର ଏ ଦିଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ