ଘରପୋଡି ଜନିତ ଦୁଃସମୟରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜରୁରୀକାଳୀନ ସହାୟତା

କଟକ,(ଦିପକ କୁମାର ବେଉରା): କଟକ ସଦର ବ୍ଲକ ଉପକଣ୍ଠ ପରମହଂସ ପଞ୍ଚାୟତର ରାଜହଂସ ଭୋଇସାହି ୧୭ ନମ୍ବର ୱାର୍ଡର ନୟନା ଭୋଇଙ୍କ ଚାଳଘରେ କୌଣସି କାରଣ ବଶତଃ ନିଆଁ ଲାଗି ଆସବାପତ୍ର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପୋଡିଯାଇଛି | ଏହି ଦୁଃଖଦ ଖବରପାଇ କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ)ର କାର୍ଯ୍ୟକର୍ତା ଵର୍ଗ ରାମଚନ୍ଦ୍ର ବେହେରା,ସୁରେଶ ଚନ୍ଦ୍ର ଜେନା,ନିରଞ୍ଜନ ରାଉଳ,ସନ୍ତୋଷ କୁମାର ଭୋଇ,ସୁଦର୍ଶନ ଜେନା ପ୍ରମୁଖ ଭୋଇସାହି ପରିଦର୍ଶନ ପୂର୍ଵକ ସେହି ପରିବାରର ଏପରି ମହାବପତ୍ତି ସମୟରେ ସାନ୍ତ୍ୱନା ଦେବାସହ ପରିଷଦର ଜରୁରୀକାଳିନ ସହାୟତା ପାଣ୍ଠିରୁ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା ଏବଂ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି | ପ୍ରତ୍ୟେକ ସମୟରେ ସମସ୍ତ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକତାଥିବା ଜନସାଧାରଣମାନଙ୍କୁ ସେଵାପ୍ରଦାନ କରିବା ତଥା ମାନବ ସେଵା ହିଁ ମାଧବ ସେଵା ମନ୍ତ୍ରରେ ଅବଭିମନ୍ତ୍ରିତ ହେବାକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ