କେନ୍ଦ୍ର ସରକାରଙ୍କ ୩ ଗୋଟି କୃଷକ ବିରୋଧୀ ଆଇନ ରଦ୍ଦ ଦାବିରେ ରାସ୍ତାରୋକ ଆନ୍ଦୋଳନ

ବୁଗୁଡା,(ଅନିଲ କୁମାର ମହାରଣା): କେନ୍ଦ୍ର ସରକାରଙ୍କ ତିନି ଗୋଟି କୃଷକ ବିରୋଧୀ ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ରଦ୍ଦ ଦାବି ସହ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ, ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଧାନ କୁଇଣ୍ଟାଲ ତିନି ହଜାର ଟଙ୍କା ଧାର୍ଯ୍ୟ, ମନୋରଗାରେ ଶ୍ରମିକ ମାନଙ୍କୁ ୨୦୦ ଦିନ କାମ ଦେବା ପ୍ରଭୃତି ଦାବି କରି ନଭେମ୍ବର ୫ ତାରିଖ ଦିନ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ବୁଗୁଡା ବ୍ଲକର ମତାଝରି ଗ୍ରାମ ନିକଟରେ ଆସିକା-କରସିଙ୍ଗି ରାଜ୍ୟ ରାଜପଥ ଉପରେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିବା ଯୋଗୁଁ ଅପରାହ୍ନ ସାଢେ ଗୋଟାଏ ପର୍ଯ୍ୟନ୍ତ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଫଳରେ ରାସ୍ତାର ଉଭୟ ଦିଗରେ ବହୁ ଯାନ ବାହାନ ଅଟକି ରହିଥିଲା । ଖବର ପାଇ ବୁଗୁଡା ଏଗଜିକିଉଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇ ରାସ୍ତାରୋକ ହଟାଇବାପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ନେତୃତ୍ବରେ ଅକ୍ଷୟ ସାହୁ, ଶ୍ୟାମ ଜାନୀ, ସୁରେନ୍ଦ୍ର ମଲ୍ଲିକ, ଦଣ୍ଡପାଣି ଜାନୀ, ରେବତୀ ମଲ୍ଲିକ, ସଂଯୁକ୍ତା ଜାନୀ ଙ୍କ ସମେତ ବହୁ ଆଦିବାସୀ କୃଷକ ରାସ୍ତାରୋକ ଆନ୍ଦୋଳନରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ