ମା’ଲକ୍ଷ୍ମୀ ଙ୍କ ଵିଷର୍ଜନ ଉତ୍ସବ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ଠାରେ ପୂଜା ପାଉଥିବା ମା ଲକ୍ଷ୍ମୀ ଙ୍କୁ ଆଜି ଵିଷର୍ଜନ ଦିଆଯାଇଛି। କୋରନା କଟକଣା ଯୋଗୁଁ ଚଳିତବର୍ଷ ମା ଙ୍କ ପୂଜା ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ତିନିଦିନ ଧରି ବଣିକ ସଂଘ ପକ୍ଷରୁ ଵୈଦିକ ମତେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇ ଉତ୍ସବକୁ ଵିରାମ ଦିଆଯାଇଛି । ବ୍ୟବସାୟୀ ପ୍ରତିଷ୍ଠାନ ସଦସ୍ୟ ମାନେ ମା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୃତିକୁ ପାରମ୍ପାରିକ ଘଂଗ, କର୍ତାଳ, ସଂଖ ଵଜାଇ ସ୍ଥାନୀୟ ସ୍ଥାନୀୟ ସର୍ତା ନାଳ ଠାରେ ଵିଷର୍ଜନ ଦେଇଛନ୍ତି । ଵିଷର୍ଜନ ଉତ୍ସବରେ ଅନୀଲ ଶତପଥୀ, ଦେଵାଶିଷ ପଣ୍ଡା, ଚନ୍ଦ୍ର ଶେଖର ଦତ, କମଳାକାନ୍ତ ସାମଲ, ଅଦୈତ ପରିଡା, ନିଶିକାନ୍ତ ସୂତାର, କୁନା ସାହୁ, ଗଣେଶ ସାମଲ, ରାଜେନ୍ଦ୍ର ଶତପଥି, ସୁଧାକର ଵେହେରା, ଧିରେନ୍ଦ୍ର ନାୟକ, କାଶୀନାଥ ପରିଡା, ଶ୍ୟାମସୁନ୍ଦର ଦାସ, ଗଣେଶ କୁଅଁର, ଦୁର୍ଯ୍ୟୋଧନ ଦାସ, କାହ୍ନୁଚରଣ ବାରିକ, କାଳନ୍ଦୀ ପରିଡା ପ୍ରମୁଖ ସାମିଲ ହୋଇଥିଲେ |


