ମନୋରମା ଦେବୀଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର,(ଅନସୂୟା ରାଉତ): ଜିଲ୍ଲାର ଏରସମା ବ୍ଲକର ଭିତର ଅନ୍ଧାରି ଗ୍ରାମର ସ୍ୱର୍ଗତା ମନୋରମା ଷଷ୍ଠ ବାର୍ଷିକ ଶ୍ରାଦ୍ଧ ଦିବସ ମନୋରମା ପାଠାଗାର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବପ୍ରଶାଦ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେଉରା ଏକ୍ଜୁଟିଭ୍ ଅଫିସର ଇଫକୋ, ସମ୍ମାନନୀୟ ଅତିଥି ଭାବେ ଶ୍ରୀଯୁକ୍ତ ନିଶାକର ମୁଦୁଲି, ଅନୁଷ୍ଠାନର ସଂପାଦକ ପ୍ରଫେସର ଶରତ ଚନ୍ଦ୍ର ପରିଡା ,ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସ୍ୱାଇଁ, ସମିତି ସଭ୍ୟ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପରିଡା ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଗତା ମନନୋମା ଦେଇଙ୍କ ଛାତ୍ର ବତ୍ସଳ ପଣିଆ, ସୁନ୍ଦର ଶିକ୍ଷା ଦାନ ପଦ୍ଧତି ସମୟାନୁ ବର୍ତ୍ତୀ ପରି ମହାନ ଗୁଣ ଉପରେ ଆଲୋଚନା କରି ଥିଲେ। ମନୋରମା ଦେଇଙ୍କ ପ୍ରିୟଛାତ୍ର ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସେହି ଅଞ୍ଚଳର କୃତି ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ପ୍ରକାଶ ଥାଉକି ସ୍ୱବର୍ଗତା ମନୋରମା ଦେଇ ଆଜକୁ 6ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ତଥାପି ସ୍ଥାନୀୟ ଗ୍ରାମବାସୀ ତାଙ୍କ ସ୍ମୃତିରେ ତିରୋଧାନ ଦିବସରେ କୃତି ପ୍ରତିଯୋଗୀମାନଙ୍କୁ ଖୋଜି ପୁରସ୍କୃତ କରଥାନ୍ତି । ଏହିପରି ଜନହିତକର କାର୍ଯ୍ୟ କାର୍ଯ୍ୟ ପାଇଁ ତାଙ୍କର ଦୁଇ ଯନ୍ତ୍ରୀ ପୁତ୍ର ଓ ପୁତ୍ର ବଧୁ ବହୁ ଦୂରରୁ ନିଜ ଭିଟାମାଟିକୁ ଆସିଥାନ୍ତି । ସ୍ଥାନୀୟ ଲୋକେ ବର୍ଷ ବର୍ଷ ଧରି ଏହି କାର୍ଯ୍ୟକୁ ଅପେକ୍ଷା କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ