ଶ୍ରମ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି

(ଯୁଗାବ୍ଦ ନ୍ୟୁଜ) ଶୁକ୍ରବାର ୧୨ଦଫା ଦାବିନେଇ ନିର୍ମାଣ ଶ୍ରମିକ ଓ ଅସଙ୍ଗଠିତ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ବିରାଟ ଶ୍ରମିକ ଶୋଭାଯାତ୍ରା ଗଞ୍ଜାମ କଳାପରିଷଦ ଠାରୁ ବାହାରି ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ । କେନ୍ଦ୍ର ସରକାର ଶ୍ରମ ଆଇନରେ ସଂସ୍କାର ଆଣି ୪୪ ଟି ଶ୍ରମ ଆଇନକୁ ୪ ଟି କୋଡରେ ପରିଣତ କରୁଛନ୍ତି ଯାହାଫଳରେ ଅସଙ୍ଗଠିତ ଶ୍ରମିକଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ । ୧୨ ଦଫା ଦାବି ସମ୍ବଳିତ ସ୍କାରକପତ୍ର ଶ୍ରମ କମିଶନର ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା । ଏଆଇଟିୟୁସି, ଟିୟୁସିଆଇ, ଏଚଏମଏସ ,ଆଇଏନଟିୟୁସି ,ଇଫଟୁୟୁ ବିଏମଏସ ଆଦି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହ ଜିଲ୍ଲାରେ କାମ କରୁଠିବା ସ୍ୱାଧୀନ ୟୁନିଅନ ମାନେ ଏହି ଘେରାଉର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ