ପିଲାମାନେ ଦେଶ ସୀମା ପାର ହୋଇଯାଆନ୍ତି ସ୍କୁଲ

ଏମିତି ଏକ ଦେଶ ରହିଛି, ଯେଉଁଠାରେ ପ୍ରତିଦିନ ପିଲାଙ୍କୁ ପଢ଼ିବାକୁ ଯିବାକୁ ଏବଂ ସେଠାରୁ ଫେରିବାକୁ ଇଣ୍ଟର୍ନ୍ୟାସନାଲ୍ ବଡର୍ର୍ କ୍ରସ୍ କରିବାକୁ ପଡ଼େ । ଏହି ସ୍କୁଲ୍ ଆମେରିକାରେ ରହିଛି । ପ୍ରକୃତରେ ଆମେରିକାର କଲମ୍ବସ୍ ଏଲିମେଣ୍ଟ୍ରି ସ୍କୁଲରେ ଅନେକ ପିଲା ବିଦେଶରୁ ପଢ଼ିବାକୁ ଆସିଥାନ୍ତି । ଏମାନେ ପ୍ରତିଦିନ ଇଣ୍ଟର୍ନ୍ୟାସନାଲ୍ ବଡର୍ର୍ ପାରି କରି ସ୍କୁଲ୍ ଆସିଥାନ୍ତି । ଏହା ସହ ବିନା ପାସ୍ପୋର୍ଟରେ ଏମାନଙ୍କୁ ବଡର୍ର୍ ଏଣ୍ଟ୍ରି ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ଏଣୁ ସ୍କୁଲରେ ପ୍ରାୟ ୬୦୦ ପିଲାଙ୍କ ମଧ୍ୟରୁ ପ୍ରାୟ ୪୨୦ ଜଣ କେବଳ ସୀମା ପାର୍ କରି ପଢ଼ିବାକୁ ଆସନ୍ତି । ପ୍ରତିଦିନ ପିଲାମାନେ ସ୍କୁଲ୍ ଯିବା ବେଳେ ନିଜ ପାଖରେ ପାସ୍ପୋର୍ଟ ରଖନ୍ତି । ଯେତେବେଳେ ସେମାନେ ଆମେରିକାର ସୀମା ପାଖରେ ପହଞ୍ଚନ୍ତି, ସେତେବେଳେ ପ୍ରଥମେ କଷ୍ଟମ୍ କ୍ଲିୟରାନ୍ସ ପାଇଁ ନିଜ ପାସ୍ପୋର୍ଟ ଦେଖାନ୍ତି । ଯେତେବେଳେ କ୍ଲିୟରାନ୍ସ ମିଳିଯାଏ, ସେତେବେଳେ ଆମେରିକା ସୀମାରେ ପ୍ରବେଶ କରନ୍ତି । ସ୍କୁଲ୍ ବସ୍ ଏହି ସୀମା ପର୍ଯ୍ୟନ୍ତ ଆସିଥାଏ । ପିଲାଙ୍କୁ ନେବାଆଣିବା ଏହି ବସ୍ ଉପରେ ନ୍ୟସ୍ତ ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ