ଏସବୁ ଜିନିଷକୁ ଗୋଡ଼ ଲଗାଉଲେ ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ । ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ । କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି । ମାତ୍ର ଏହା ସେମାନେ ଜାଣି ନ ଥାଆନ୍ତି ଯେ ଏପରି କରି ସେ କେତେବଡ଼ ଭୁଲ କରୁଛନ୍ତି । ଶାସ୍ତ୍ର ଅନୁସାରେ, ଏହା ପାପ ସହ ସମାନ ହୋଇଥାଏ । ତେବେ ଏପରି ୫ଟି ବିଶେଷ ଜିନିଷ ଅଛି ଯାହାଠାରେ ଭୁଲରେ ମଧ୍ୟ ଗୋଡ଼ ବାଜିବା ପାପ ହୋଇଥାଏ । ଏହା ଦ୍ୱାରା ଆମ ନିଜର ହିଁ କ୍ଷତି ହୋଇଥାଏ । ତେଣୁ ଏହି ୫ଟି ଜିନିଷରେ ଭୁଲରେ ମଧ୍ୟ ଗୋଡ଼ ବାଜିବାକୁ ଦିଅନ୍ତୁ ନାହଁ । ତେବେ ଚାଲନ୍ତୁ ଜାଣିବା ସେହି ୫ଟ ଜିନିଷ କ’ଣ ।
ଅଗ୍ନି: ଅଗ୍ନି ହେଉଛନ୍ତି ସକଳ ଶକ୍ତିର ଆଧାର । କେବଳ ହିନ୍ଦୁ ଧର୍ମ ନୁହେଁ, ଅନ୍ୟ ଧର୍ମରେ ମଧ୍ୟ ଅଗ୍ନିଙ୍କୁ ଦେବତା ଭାବେ ପୂଜା କରାଯାଏ । ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପାଇଁ ସତନ୍ତ୍ର ପୂଜା ବିଧି ରହିଛି । ଯେହେତୁ ଅଗ୍ନି ବା ନିଆଁ ହେଉଛନ୍ତି ଦେବତା, ତେଣୁ ତାଙ୍କଠାରେ ଗୋଡ଼ ମାରିବା ଅନୁଚିତ୍ । ଏଭଳି କରିବା ଦ୍ୱାରା ମହାପାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି ।
ଜଳ: ଶାସ୍ତ୍ର ଅନୁଯାୟୀ ଜଳ ହେଉଛି ମା’ ଗଙ୍ଗାଙ୍କ ରୂପ । ଯିଏ କି ମହାଦେବଙ୍କ ଜଟାରୁ ଆବିର୍ଭାବ ହୋଇଥିଲେ । ତେଣୁ ପାଣି ଥିବା ପାତ୍ରକୁ କେବେ ହେଲେ ଗୋଡ଼ ଲଗାନ୍ତୁ ନାହିଁ କି ଗୋଇଠା ମାରି ଅପମାନ କରନ୍ତୁ ନାହିଁ । ଏଭଳି କଲେ ଦେବୀ ଗଙ୍ଗା କ୍ରୋଧିତ ହୋଇଥାନ୍ତି ଓ ଦିନେ ନା ଦିନେ ଆପଣଙ୍କୁ ପାଣି ପାଇଁ ହଟହଟା ହେବାକୁ ପଡ଼ିଥାଏ ।
ଭାତ ହାଣ୍ଡି: ଭାତ ହାଣ୍ଡିରେ ଗୋଡ଼ ମାରିବା ଆଦୌ ଉଚିତ୍ ନୁହେଁ । କାରଣ ଅନ୍ନରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ । ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ଦେଖିବାକୁ ମିଳିଥାଏ । ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ । ତେଣୁ ଗୋଇଠା ମାରିବା ତ ଦୂରର କଥା ଭୁଲରେ ମଧ୍ୟ ଭାତ ହାଣ୍ଡିରେ ଗୋଡ଼ ମାରନ୍ତୁ ନାହିଁ । ନଚେତ୍ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବେ । ଫଳରେ ଘରେ ଅଭାବ ଅନଟନ ସହ ଅନେକ ସମସ୍ୟା ଦେଖାଦେବ ।
ଗୋମାତା: ହିନ୍ଦୁ ଧର୍ମରେ ଗୋରୁଗାଈଙ୍କୁ ମାତା ହିସାବରେ ପୂଜା କରାଯାଏ । ଅଗ୍ନି ଓ ଜଳ ପରି ଗୋମାତା ମଧ୍ୟ ଦେବୀ, ଯାହାଙ୍କୁ ଆମେ ପୂଜା କରିଥାଉ । ତେଣୁ କେବେହେଲେ ଗୋମାତାଙ୍କଠାରେ ଗୋଡ଼ ଲଗାନ୍ତୁ ନାହିଁ କିମ୍ବା କ୍ରୋଧରେ ତାଙ୍କୁ ଗୋଇଠା ମାରନ୍ତୁ ନାହିଁ ।
ଶିଶୁ: ଶାସ୍ତ୍ର ଅନୁଯାୟୀ ଶିଶୁଙ୍କ ଦେହରେ ସ୍ୱୟଂ ଭଗବାନ ବିରାଜମାନ କରିଥାନ୍ତି । ପିଲାମାନେ ଦୁନିଆର ମୋହ ମାୟାରୁ ବହୁ ଦୂରରେ । ତାଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନ ଥାଏ । ସେମାନେ ଭଗବାନଙ୍କ ପରି ପବିତ୍ର ହୋଇ ହୋଇଥାନ୍ତି । ତେଣୁ ପିଲାଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ଼ ବଜାନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ