ଦୁଇଟି ହାତରେ ଲେଖା ଅଭ୍ୟାସ କରି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ: କଥାରେ ଅଛି ପ୍ରତ୍ୟେକ କାମକୁ ଅଭ୍ୟାସ କରିବା ଦ୍ୱାରା ଦିନେ ନା ଦିନେ ତାହା ଶିଖି ହୋଇଯାଇଥାଏ । ରାୟପୁରର ଜଣେ ଛାତ୍ରୀ ଏହାକୁ ପ୍ରମାଣ କରି ଦେଖାଇଛନ୍ତି । ଛତିଶଗଡ଼ର ରାଜଧାନୀରେ ରହୁଥିବା ୭ମ ଶ୍ରେଣୀର ଛାତ୍ରୀ କାବ୍ୟା ଚାୱଡା ମିରର ରାଇଟିଂ କରୁଛନ୍ତି । ଏହି ସ୍ୱତନ୍ତ୍ର ପ୍ରତିଭା ପାଇଁ କାବ୍ୟା ଚର୍ଚ୍ଚାର ପରିସରରେ ରହିଛନ୍ତି । କାବ୍ୟା ଅମିର ଖାନ୍ଙ୍କ ସିନେମା “ଥ୍ରୀ ଇଡିଅଟ୍ସ’ରୁ ପ୍ରେରିତ ହୋଇ ମିରର ରାଇଟିଂ କରିବା ଆରମ୍ଭ କରିଥିଲେ ।
କାବ୍ୟାଙ୍କ କହିବାନୁସାରେ, ମିରର ରାଇଟିଂ କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ଗତ ତିନିରୁ ଚାରି ବର୍ଷ ହେବ ମୁଁ ଏହାର ଅଭ୍ୟାସ କରି ଆସୁଛନ୍ତିୟ ମୁଁ “ଥ୍ରୀ ଇଡିଅଟସ’ ଦେଖିବା ପରେ ଏପରି ଲେଖା ପ୍ରତି ପ୍ରେରିତ ହୋଇଥିଲି । ଯେଉଁଥିରେ ଭାଇରସ ନିଜର ଦୁଇଟି ହାତରେ ଲେଖି ପାରୁ ଥିଲା । ମିରର ରାଇଟିଂ ସାଧାରଣ ଲେଖାର ଓଲଟା ଦିଗରେ ଲେଖାଯାଇଥାଏ । କେବଳ ଏତିକି ନୁହେଁ ଅକ୍ଷରକୁ ବି ଓଲଟା ଲେଖିବାକୁ ପଡ଼ିଥାଏ । ଏହାକୁ କେବଳ ଦର୍ପଣ ସାହାଯ୍ୟରେ ହିଁ ପଢ଼ା ଯାଇ ପାରିବ ।’ କାବ୍ୟାଙ୍କ ମା’ ନେହା ଚାୱଡାଙ୍କ କହିବାନୁସାରେ, ଝିଅ ପାଠପଢ଼ି ସାରିବା ପରେ ତାକୁ ବିଶ୍ରାମ ନେବାକୁ କହିଥାଏ । କିନ୍ତୁ ସେ ଏଭଳି ଲେଖାର ଅଭ୍ୟାସ ଜାରି ରଖିଥାଏ । ମୁଁ କାବ୍ୟାର ଏହି ପ୍ରତିଭା ବିଷୟରେ ଛଅମାସ ପରେ ଯାଇ ଜାଣିପାରିଥିଲି । କାବ୍ୟାଙ୍କ ପିତା ପ୍ରିତେଶ ଚାୱଡା ମଧ୍ୟ ଝିଅର ଏଭଳି ପ୍ରତିଭାକୁ ନେଇ ଗର୍ବକରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ