ଏଠି ସମସ୍ତଙ୍କର ଗୋଟିଏ କିଡ୍ନି

ଗୋଟିଏ କିଡ୍ନିରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି । ଏହି ଗାଁଟି ପଡୋଶୀ ଦେଶ ନେପାଳରେ ରହିଛି । ଗାଁର ନାଁ ହୋକ୍ସେ । ଏଠି ଅଧିକାଂଶ ଲୋକେ ଗୋଟିଏ କିଡ୍ନିରେ ଜୀବନ ବିତାଉଛନ୍ତି । କୌଣସି ରୋଗ ପାଇଁ ନୁହେଁ, ବରଂ ଅଭାବରୁ ଏମାନେ କିଡ୍ନି ବିକ୍ରି କରୁଛନ୍ତି । ନେପାଳରେ ଆସୁଥିବା ଭୂକମ୍ପ ଯୋଗୁଁ ଏମାନେ ଜୀବିକା ହରାଇବା ସହ ବାସଶୂନ୍ୟ ହୋଇଯାଆନ୍ତି । ତା’ପରେ ଅଣ୍ଟା ସଳଖି ଠିଆ ହେବା ଏମାନଙ୍କ ପାଇଁ କାଠିକର ପାଠ ହୋଇଥାଏ । ତେଣୁ ଏମାନେ କିଡ୍ନି ବିକ୍ରି କରି ଯାହାପାଆନ୍ତି ସେଥିରେ ପୁଣି ଥରେ ଘର ତିଆରି କରନ୍ତି ଓ ନିଜର ଗୁଜୁରାଣ ମେଣ୍ଟାନ୍ତି । ଏଠାରେ ଦିନକୁ ଦିନ କିଡ୍ନି ବିକ୍ରି ଘଟଣା ବଢ଼ିଯିବା ଫଳରେ ପଡୋଶୀ ଦେଶରୁ ଦଲାଲମାନେ ଯାଇ ସେମାନଙ୍କୁ ବହଲାଇ କଡ୍ନି ସଂଗ୍ରହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ