ବୋଲେରୋ ଧକ୍କାରେ ବାଇକଚାଳକ ମୃତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଆଇନ କଲେଜ ଛକ ନିକଟସ୍ଥ ରେଲିଆନସ ପେଟ୍ରୋଲ ପମ୍ପ ପାଖରେ ଏକ ବୋଲେରୋ ଧକ୍କା ଦେବାରୁ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ରେଲିଆନସ ପେଟ୍ରୋଲ ପମ୍ପ ନିକଟରେ ଓଡି-୦୫-ଏସ- ୩୬୬୭ନମ୍ବର ବିଶିଷ୍ଟ ବୋଲେରୋ ଓଆର-୦୫-କେ- ୬୦୯୩ ନମ୍ବର ବିଶିଷ୍ଟ ଏକ ୟାମାହା ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକ ଆରୋହୀଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସଂପୃକ୍ତ ବାଇକ ଆରୋହୀଙ୍କ ପରିଚୟ ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ