ଅଡବା ନୂତନ ଥାନା ଅଧିକାରୀଙ୍କ ଦାଇତ୍ୱ ଗ୍ରହଣ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଆଗରୁ ମାଓ ପ୍ରବଳ ଅଞ୍ଚଳ ଥିଲା ବର୍ତ୍ତମାନ ଏହା ବହୁ ଶାନ୍ତ ସ୍ରଷ୍ଟା ହୋଇଛି | ଏଠି ବର୍ତ୍ତମାନ ଗଞ୍ଜେଇ ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି | ଏହାକୁ ରୋକିବା ପାଇଁ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଏକ ବଡ଼ ନିଷ୍ପତି ନେଇଛନ୍ତି ତେଣୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦେଶ କରିଛନ୍ତି ପେଟ୍ରୋଲିଙ୍ଗ ପାଇଁ, କିଛି ମାସ ତଳେ ଅଡବା ଥାନାରେ ଦାଇତ୍ୱ ନେଇଥିଲେ ତପନ କୁମାର ପତି କିଛି ଦିନ କାର୍ଯ୍ୟ ଭାର ତୁଲାଇବା ପରେ ଆଜି ତାଙ୍କର ବଦଳି କରାଯାଇଛି | ସେଇ ସ୍ଥାନରେ ନୂତନ ଭାବେ କାର୍ଯ୍ୟ ଭାର ଦିଆ ଯାଇଛି କାଶନଗର ଥାନା ଅଧିକାରୀ ଆନନ୍ଦପାତ୍ରଙ୍କୁ ଅଡବା ଥାନାକୁ ବଦଳି କରାଯାଇଛି ସେ କହିଛନ୍ତି ଅଞ୍ଚଳରେ ଶାନ୍ତି ସୁଙ୍ଖଳ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ସୁଧାରିବା ପାଇଁ କହିଛନ୍ତି | ଏହି କଳା ବ୍ୟବସାୟୀ ଛାଡି ନିଜ ଜମି ବାଡ଼ି ଓ ଭଲ କାମରେ ରହିବାକୁ ଅନୁରୋଧ କରିଛନ୍ତି |


