ଓଡିଶା ସିଭିଲ ସର୍ଭିସ ପରୀକ୍ଷା:, ବୁଗୁଡ଼ା ଓ ପୋଲସରା ପାଇଁ ଗୌରବ ଆଣିଛନ୍ତି କସ୍ତୁରୀ

ବୁଗୁଡ଼ା /ପୋଲସରା (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡାବାଡ଼ି ଗ୍ରାମର ବାବୁଲି ଆଚାରୀ ଓ ମାମି ଆଚାରୀଙ୍କ କନ୍ୟା ଏବଂ ପୋଲସରା ମ୍ୟୁନିସିପାଲଟିର ବ୍ରାହ୍ମଣ ସାହିର ଡି.କାମରାଜୁ ଆଚାରୀ ଓ ଡି.ଦମୟନ୍ତୀ ଆଚାରୀଙ୍କ ପୁତ୍ରବଧୂ ତଥା ଯୁବ ସାମ୍ବାଦିକ ଜ୍ୟୋତି ରଞ୍ଜନ ଆଚାରୀ ଙ୍କ ଧର୍ମପତ୍ନୀ କସ୍ତୁରୀ ଆଚାରୀ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମେରିଟ୍ ସଂଖ୍ୟା ୩୮ ରେ ରହି ଉଭୟ ବୁଗୁଡ଼ା ବ୍ଲକ ଓ ପୋଲସରା ମୁନସିପାଲଟି ପାଇ ଗୌରବ ଆଣିପାରିଛନ୍ତି। ୧୦-୦୧-୨୦୦୦ ତାରିଖରେ ଜନ୍ମ ଗ୍ରହଣ କରିଥିବା କସ୍ତୁରୀ ଆଚାରୀ ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ବେଳେ  ନିଜର ପୈତୃକ ଗ୍ରାମ ବି.କରଡାବାଡିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଓ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ବୁଗୁଡ଼ା ପିପୁଲସ କଲେଜରେ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ସେ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ହିଁ ଜଣେ ମେଧାବୀ ଛାତ୍ରୀ ଥିଲେ। ଶାଶୁ ଘରେ ଜଣେ ଗୃହିଣୀ ଭାବେ କାର୍ଯ୍ୟ କରିବା ସହ ଅକ୍ଲାନ୍ତ ପରିଶ୍ରମ କରି ଦ୍ୱିତୀୟ ଚେଷ୍ଟାରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ମେରିଟ୍ ସଂଖ୍ୟା ୩୮ ରେ ରହି ସଫଳତା ହାସଲ କରିଛନ୍ତି। କସ୍ତୁରୀ ଙ୍କ ଏହି ସଫଳତା ପାଇ ବୁଗୁଡ଼ା ଓ ପୋଲସରା ଅଞ୍ଚାଲରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ଯୁବ ଗୋଷ୍ଟିଙ୍କୁ ଏକ ପ୍ରେରଣା ଓ ଉଦାହରଣ ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ