ଠିକାଦାର ମହାସଙ୍ଘ ନିଷ୍ଫତ୍ତିକୁ ବିରୋଧ, ପ୍ରତିବାଦ କରିବାରୁ ଥାନାରେ ମିଥ୍ୟା ମାମଲା

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘ ପକ୍ଷରୁ ଜିଲ୍ଲାର କୈାଣସି ଠିକାଦାର ସିଡୁଲ୍ଡରେଟ୍‌(ଧାର୍ଯ୍ୟମୂଲ୍ୟ)ରୁ କମ୍‌ରେ କୈାଣସି ବିଭାଗରେ ଟେଣ୍ଡର ପକାଇ ପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି। କାରଣ ଧାର୍ଯ୍ୟ ମୂଲ୍ୟରୁ କମରେ ଟେଣ୍ଡର ପକାଇ ନିମ୍ନମାନର କାର୍ଯ୍ୟ କରାଯାଉଥିବାରୁ ପ୍ରକଳ୍ପର ସ୍ଥାୟିତ୍ୱ ନରହିବା ସହ ଏହାଦ୍ୱାରା ଠିକାଦାର ମହାସଙ୍ଘ ଓ ଠିକାଦାରମାନେ ବଦନାମ ହେଉଛନ୍ତି। ଏଥିସହିତ ଯେଉଁ ଠିକାଦାର ବା ଠିକାସଂସ୍ଥା ଧାର୍ଯ୍ୟ ମୂଲ୍ୟରୁ କମ ମୂଲ୍ୟରେ ଟେଣ୍ଡର ପକାଇ ନିମ୍ନମାନର କାର୍ଯ୍ୟ କରିବ ମହାସଙ୍ଘ ପକ୍ଷରୁ ସେହି ସଂସ୍ଥା ବିରୋଧରେ ସରକାରଙ୍କ ବିଭିନ୍ନ ତଦନ୍ତକାରୀ ସଂସ୍ଥା ନିକଟରେ ଅଭିଯୋଗ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ଜିଲ୍ଲାର ସମସ୍ତ ଠିକାଦାରଙ୍କୁ ଜଣାଇ ଦିଆଯାଇଛି। ତେଣୁ ମହାସଙ୍ଘ ପକ୍ଷରୁ ଧାର୍ଯ୍ୟ ମୂଲ୍ୟରୁ କମ୍‌ରେ ଟେଣ୍ଡର ନପକାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମହାସଙ୍ଘର ଏହି ନିଷ୍ପତ୍ତି ବିରୋଧରେ ଯାଇ ଠିକାଦାର ସନ୍ତୋଷ ସେଠୀ କେନ୍ଦ୍ରାପଡା ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଭିନ୍ନ ଭିନ୍ନ ଠିକାଦାରଙ୍କ ନାମରେ ସିଡୁଲ୍ଡରେଟ୍‌(ଧାର୍ଯ୍ୟମୂଲ୍ୟ)ରୁ କମ ମୂଲ୍ୟରେ ଟେଣ୍ଡର ପକାଇଛନ୍ତି। ଏହାକୁ ନେଇ ମହାସଙ୍ଘର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହ ଠିକାଦାର ଶ୍ରୀ ସେଠୀଙ୍କ ଆଲୋଚନା ପରେ ସେ ଧାର୍ଯ୍ୟମୂଲ୍ୟରୁ କମ୍‌ରେ ପକାଇଥିବା ଟେଣ୍ଡର ଗୁଡିକୁ ଉଠାଇ ଆଣିବେ ବୋଲି ପ୍ରତିଶୃତି ଦେବା ସହ ଏକ ନିର୍ଦ୍ଦିଷ୍ଟ ତାରିଖରେ ମହାସଙ୍ଘର କର୍ମକର୍ତ୍ତାଙ୍କ ସହ ବୈଠକରେ ଯୋଗଦେଇ ତାଙ୍କ ପ୍ରତିଶୃତି ରକ୍ଷା କରିବେ ବୋଲି କହିଥିଲେ। କିନ୍ତୁ ସେହି ନିର୍ଦ୍ଦିଷ୍ଟ ତାରିଖରେ ଶ୍ରୀ ସେଠୀ ବୈଠକକୁ ଆସିଲେ ନାହିଁ କି ମହାସଙ୍ଘର କର୍ମକର୍ତ୍ତାଙ୍କ ଫୋନକଲ ରିସିଭ କଲେ ନାହିଁ। ତେଣୁ କେତେକ କର୍ମକର୍ତ୍ତା ବୈଠକ ସ୍ଥଳରୁ ଉଠି ଶ୍ରୀ ସେଠୀଙ୍କ ଘରକୁ ଭେଟିବାକୁ ଯାଇ ତାଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିବା ବେଳେ ଠିକାଦାର ଶ୍ରୀ ସେଠୀଙ୍କ ଜଣେ ସମ୍ପର୍କୀୟା ୨୦ଜଣଙ୍କ ସହ ସେଠାକୁ ଯାଇନଥିବା ଠିକାଦାରଙ୍କ ନାମରେ ମିଛ ଏତଲା କେନ୍ଦ୍ରାପଡା ସଦର ଥାନାରେ ଠିକାଦାର ଶ୍ରୀ ସେଠୀଙ୍କ ପରାମର୍ଶ କ୍ରମେ ଦେଇଦେଲେ। ଥାନା ପକ୍ଷରୁ ଘଟଣାର କୈାଣସି ତଦନ୍ତ କରାନଯାଇ ସେହି ମିଛ ଏତଲାକୁ ଗ୍ରହଣ କରାଯାଇ ମାମଲା ରୁଜୁ କରିଦିଆଗଲା। ଏଭଳି ବେଆଇନ କାର୍ଯ୍ୟକୁ ପ୍ରସୟ ଦିଆଗଲେ ଆଗାମୀ ଦିନରେ ଏହା ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ବାଧକ ସୃଷ୍ଟି ହେବ ବୋଲି ଅଭିଯୋଗ କରାଯାଇଛି। ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏସପିଙ୍କ ନିକଟରେ ଦାବି କରାଯାଇଛି। ଏହି ଦାବିପତ୍ରରେ ମହାସଙ୍ଘ ପକ୍ଷରୁ ବିଭୁ ପ୍ରସାଦ ଭଦ୍ର, ଅକ୍ଷୟ କୁମାର ପରିଡା, ଭୁବନମୋହନ ସିଂ, ଶୁଭାଶିଷ ମହାପାତ୍ର, ରାଜେଶ ରୋସନ ଦାସ, ମାନସରଞ୍ଜନ ସ୍ୱାଇଁ, ପ୍ରଦିପ କୁମାର ସାହୁ, ଉମାକାନ୍ତ ମଲ୍ଲିକ, ଧନଞ୍ଜୟ ମହାନ୍ତି, ଦେବାଶିଷ ଚୈାଧୁରୀ, ରଶ୍ମିରଞ୍ଜନ ପରିଡା, ଜଗନ୍ନାଥ ବିଶ୍ୱାଳରଜତ ସାହୁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଓ ସାଦସ୍ୟମାନେ ସ୍ୱାକ୍ଷର କରିବା ସହ ଏସପିଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ