ପୋଖରୀରେ ବୁଡି ଶିଶୁ ମୃତ

ଖଲ୍ଲିକୋଟ,( ସିଲୁ ବିଶ୍ୱାଳ ) ଖଲ୍ଲିକୋଟ ଥାନା ବଧିନୁଆପଲ୍ଲୀ ଗ୍ରାମର ପୋଖରିରେ ବୁଡି ଜଣେ ୨ ବର୍ଷ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁର ପରିଚୟ ଗ୍ରାମର ଦିଲ୍ଲୀପ ପ୍ରଧାନଙ୍କର ପୁଅ ଆରିଅନ୍ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଆରିୟନ ଖେଳୁଥିବା ସମୟରେ ହଠାତ ଘର ନିକଟରେ ଥିବା ପୋଖରୀ ହୁଡ଼ାକୁ ଚାଲିଯାଇଥିଲା । କାହାରି ନଜର ପଡ଼ିବା ପୂର୍ବରୁ ଶିଶୁ ପୁତ୍ରଟି ପୋଖରୀର ଗଭୀର ଜଳରେ ବୁଡିଯାଇଥିଲା । ଦୀର୍ଘ ସମୟ ଧରି ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଅନେକ ସମୟ ପରେ ନିଜ ବାପା ପୋଖରୀରେ ଭାସୁଥିବା ର ଦେଖିଥିଲେ । ସଂଗେ ସଂଗେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିଶୁଟିର ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରି୍ବା ସହ ଶିଶୁପୁତ୍ର ଟିର ମର ଶରୀରକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି । ସ୍ଥାନୀୟ ତହସିଲଦାର ଚିତରଞ୍ଜନ ମହାନ୍ତ ମେଡିକାଲ ରେ ପହଞ୍ଚି ଅନୁସନ୍ଧାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ