ସୋରଡା ପୋଲିସ କୁ ମିଳିଛି ସଫଳତା
ସୋରଡା ପୋଲିସ କୁ ମିଳିଛି ବଡ ସଫଳତା।ଗତକାଲି ବିଳମ୍ବିତ ରାତିରେ ପୋଲିସ ଗାଜଲବଡ଼ି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଦାରିଙ୍ଗବାଡି ଘାଟି ନିକଟରେ କିଛି ଡକାୟତ ଯାତ୍ରୀଙ୍କ ଠାରୁ ଲୁଟ କରିବା ପାଇଁ ଜଗିରହିଥିବା ଖବର ବିଶେଷ ସୂତ୍ରରୁ ପୋଲିସ ପାଇଥିଲା।ପାଞ୍ଚଜଣ ଡକାୟତ ପୋଲିସ କୁ ଦେଖି ଦୌଡ଼ିବା ବେଳେ ପୋଲିସ କାବୁ କରିଥିଲା।ସେମାନଙ୍କ ଠାରୁ ଦୁଇଟି ବାଇକ ,ଗୋଟିଏ ଦେଶୀ ବନ୍ଧୁକ,ଦୁଇଟି ଜୀବନ୍ତ ବୋମା,ଦୁଇଟି ଖଣ୍ଡା,ତିନୋଟି ଟ୍ରଚ ଲାଇଟ ,ଦୁଇଟି ଖାଲି ମଦ ବୋତଲ ଜବତ କରିଛି ପୋଲିସ।ଗିରଫ ଡକାୟତ ମାନେ ହେଲେ ଆସ୍କା ପାକଲାପଲ୍ଲୀର ଟୁକୁନା ପରିଡା ଓ ଚକାନୟନ ନାହାକ ,ବୁଗୁଡା ଗଉଡ଼ିଆ ବରଦା ର ପ୍ରମୋଦ ପ୍ରଧାନ,କବିସୂର୍ୟ୍ୟନଗରର ରବୀନ୍ଦ୍ର ଦଳାଇ,ଭଞ୍ଜନଗର ର ଭାଗିରଥି ନାୟକ ।ଏମାନଙ୍କ ନାମରେ ଆଗରୁ ବିଭିନ୍ନ ଥାନାରେ ଚୋରି ଡକାୟତି ରାହଜନୀ ଭଳି ଅନେକ ସଙ୍ଗୀନ ମାମଲା ରହିଥିବା ସୋରଡା ସ ସ ମ ପ୍ରଭାତ ସାହୁ ସୂଚନା ଦେଇଛନ୍ତି


