ଶିକ୍ଷକଙ୍କ ଅମାନୁସିକ କାର୍ଯ୍ୟ ବିରୋଧରେ ଥାନାରେ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜନୈକ ଶିକ୍ଷକଙ୍କ ଅମାନୁସିକ କାର୍ଯ୍ୟ ବିରୋଧରେ ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା କଲେଜ ଛକ ନିକଟସ୍ଥ ଗୁଆଳସିଂ ଗ୍ରାମର ଦିବାକର ନାୟକ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ନିକଟରେ ରହୁଥିବା ସ୍ୱର୍ଗତ ଦୁର୍ଗାଚରଣ ସିଂହଙ୍କ ପୁଅ ଶିକ୍ଷକ ତପନ କୁମାର ସିଂହଙ୍କ ଘର ରହିଛି । ଶ୍ର୍ରୀ ସିଂହ ଓ ଶ୍ରୀ ନାୟକଙ୍କ ଘର ମଧ୍ୟରେ ଏକ ୩ଫୁଟ ଓସାରର ଗଳିଟିଏ ରହିଛି । ଉଭୟଙ୍କ ଘର କାମ କରିବା ନିମନ୍ତେ ଏହି ଗଳି ରଖାଯାଇଛି । ଗତ ଅକ୍ଟୋବରମାସ ୩୦ତାରିଖରେ ଶ୍ରୀ ସିଂହ ଉଭୟଙ୍କ ଘର ଗଳି ଥିବା ଶ୍ରୀ ନାୟକଙ୍କ ଘର କାନ୍ଥ ମୂଳରେ ଅଳିଆ ଜମାକରି ନିଆଁ ଲଗାଇ ପୋଡିବାରେ ଧୁଆଁ ବାହାରିବାରେ ଶ୍ରୀ ନାୟକ ସେଠାକୁ ଯାଇ ଦେଖି ତାହାର ପ୍ରତିବାଦ କରିଥିଲେ । ଫଳରେ ଶ୍ରୀ ସିଂହ ଶ୍ରୀ ନାୟକଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀ ନାୟକଙ୍କ କାନ୍ଥର ରଙ୍ଗଛାଡିଯିବା ସହ ପୋଡିଯାଇଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ଉଭୟଙ୍କ ଜମି ବହୁବାର ମାପକରାଯାଇ ସୀମା ନିର୍ଦ୍ଧାରଣ କରାଯାଇଛି । ହେଲେ ସମସ୍ତ ମାନବିକତାକୁ ଭୁଲିଯାଇ ଶିକ୍ଷକ ଶ୍ରୀ ସିଂହ ଅମାନୁସିକ ଭାବରେ ଶ୍ରୀ ନାୟକଙ୍କ କାନ୍ଥ ନିକଟରେ ଅଳିଆ ଗଦାକରି ବାରମ୍ବାର ନିଆଁରେ ପୋଡୁଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀ ନାୟକଙ୍କ ଅଭିଯୋଗ ଉପରେ ଥାନା ପକ୍ଷରୁ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


