କୃଷି ଉତ୍ପାଦକ ସଂଗଠନ ସହ ଯୋଡ଼ିହେବ ନାଫେଡ୍

ଭୁବନେଶ୍ୱର,(ୱାଇଏନ୍ଏସ୍): କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନା‌ଫେଡ୍ ପକ୍ଷରୁ ପ୍ରଥମ ଥର ଲାଗି ମହାରାଷ୍ଟ୍ରର ୨୫ଟି ସ୍ଥାନରେ କୃଷକ ଉତ୍ପାଦକ ସଂଗଠନ ସହିତ ସହଭାଗିତା ସ୍ଥାପନ କରାଯାଇଛି। ଓଡ଼ିଶାରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ନାଫେଡ୍‌ର ପରିଚାଳନା ନିର୍ଦେଶକ ସଞ୍ଜୀବ କୁମାର ଚଢ଼ା କହିଛନ୍ତି। ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ‘ଓଡ଼ିଶାରେ କୃଷକ ଉତ୍ପାଦକ ସଂଗଠନ ନିମନ୍ତେ ନାଫେଡ୍‌ର ସୁଯୋଗ’ ଶୀର୍ଷକ ୱେବିନାର୍‌ରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଚଢ଼ା ଏହା କହିଛନ୍ତି। ନିର୍ଦିଷ୍ଟ ପ୍ରକାର ଉତ୍ପାଦକୁ ସଠିକ୍ ବଜାରରେ ପହଞ୍ଚାଇ ଉତ୍ପାଦକମାନଙ୍କୁ କ୍ରେତାମାନଙ୍କ ସହ ‌ଯୋଡ଼ିବା ଦିଗରେ ନାଫେଡ୍‌ କାର୍ଯ୍ୟ କରୁଛି। ଏହା ପରୀକ୍ଷାମୂଳକ ଭାବେ ଓଡ଼ିଶା ଓ କର୍ଣ୍ଣାଟକରେ କାର୍ଯ୍ୟକାରୀ ହେବ । ନାଫେଡ୍‌ ବର୍ତ୍ତମାନ ଉତ୍ପାଦକମାନଙ୍କୁ ଏଫ୍‌ପିଓ ଉପରେ ଶିକ୍ଷା ଦେବା ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ଓଡ଼ିଶାରେ ୧୦୦ଟି ଏଫ୍‌ପିଓ ସ୍ଥାପନ କରିବାକୁ ଯୋଜନା ରଖିଛି ବୋଲି ଶ୍ରୀ ଚଢ଼ା କହିଛନ୍ତି। କୃଷି ପୋର୍ଟାଲ୍‌ ଇ-କିସାନ ଜରିଆରେ ଚାଷୀମାନେ ବିନା ମଧ୍ୟସ୍ଥିରେ ନିଜର ଉତ୍ପାଦ ବିକ୍ରି କରିପାରିବେ ବୋଲି ନାଫେଡ୍‌ର ଅତିରିକ୍ତ ପରିଚାଳନା ନିର୍ଦେଶକ ପଙ୍କଜ କୁମାର ପ୍ରସାଦ କହିଛନ୍ତି। ଇନକୁବେସନ ଓ ପ୍ରଶିକ୍ଷଣ ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଓ ଫିଫା ସହ କଂପାନି ଚୁକ୍ତି କରିଥିବା ସେ କହିଛନ୍ତି। ଏହି ଅବସରରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଇକୋ ସିଏଟ୍‌ କନସଲଟାଣ୍ଟ୍‌ର ସହ ପ୍ରତିଷ୍ଠାତା କୀର୍ତ୍ତି ପ୍ରସନ୍ନ ମିଶ୍ର ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ