ଗଜପତିରେ ଗ୍ରାମ୍ୟ କୃଷି ସେବକ ଓ ଉଦ୍ୟାନ ସଂପ୍ରସାରଣ ସେବକ ପଦବୀ ଚୟନ ପାଇଁ ଲିଖିତ ପରୀକ୍ଷା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗ୍ରାମ୍ୟ କୃଷି ସେବକ ଏବଂ ଗ୍ରାମ୍ୟ ଉଦ୍ୟାନ ସଂପ୍ରସାରଣ ସେବକ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାକୁ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ପରିଚାଳନା ହୋଇଛି । ସମସ୍ତ କରୋନା କଟକଣାକୁ ଦୃଷ୍ଟିରେ ରଖି କୋଭିଡ ନିର୍ଦ୍ଦେଶାବଳୀ ପାଳନ କରାଯାଇ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରୀକ୍ଷାରେ ୧୭୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତେବେ ଗତକାଲି ଶନିବାର ଦିନ ଏହିପରୀକ୍ଷା ପ୍ରାକ ପ୍ରସ୍ତୁତି ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ, ଜିଲ୍ଲାପାଳ ଅନୁପମ ସାହା ପ୍ରମୁଖ ଉପସ୍ଥିତ ରହି ତଦାରଖ ତଥା ନିରୀକ୍ଷଣ କରିଥିଲେ । ଆଜି ପରୀକ୍ଷା କେନ୍ଦ୍ରକୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ନିରୀକ୍ଷଣ କରିବାକୁ ଯାଇଥିବାର ଦେଖିବାକୁ ମିଳିଛି । ଏହି ପରୀକ୍ଷାରେ କେନ୍ଦ୍ର ପରିଚାଳକ ଭାବେ ଡ.ବୃଷକେତୁ ଦାସ ଯୋଗଦେଇଥିଲେ । ସୂଚାରୁ ରୂପେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।


