ପାରଳା ପୋଲିସ ଦ୍ୱାରା ଜୁଆ ଆଡ୍ଡା ଚଢ଼ାଉ, 6 ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ବେଆଇନ ଜୁଆଆଡ୍ଡା କାରବାର ବିରୋଧରେ ଚାଲିଥିବା ଅଭିଯାନକ୍ରମେ ପାରଳାଖେମୁଣ୍ଡି ପୋଲିସ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି 6 ଜଣ ଜୁଆଡ଼ିଙ୍କୁ ଗିରଫ କରିଛନ୍ତି. ଗିରଫ ହୋଇଥିବା ଜୁଆଡ଼ିମାନେ ହେଲେ, ନୀଳା ପାଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟରାମ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ (୪୧) ଙ୍କ ସମେତ ମୋଟ ୬ ଜଣଙ୍କୁ ଧରିଛି ପାରଳା ପୋଲିସ। ସନ୍ତୋଷ ସାହୁଙ୍କ ରାଜଦାଣ୍ଡରେ ଥିବା ଘରେ ଏମାନେ ଜୁଆ ଖେଳୁଥିବାବେଳେ ପୋଲିସ ଚଢାଉ କରିଥିଲା. ଏହି ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୧୬,୦୦୦ ଟଙ୍କା, ୩ଟି ମୋଟର ସାଇକେଲ/ସ୍କୁଟି ଏବଂ ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ଏ ସମ୍ପର୍କରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାରଳାଖେମୁଣ୍ଡି ସହରରେ ଜୁଆ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ଗଜପତି ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।


