ଫୁଲବାଣୀ ସହରର ସମସ୍ୟା ଉପରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ ):ଆଗକୁ ଶୀତର ପ୍ରକୋପ ବଢିବାକୁ ଥିବାରୁ ଫୁଲବାଣୀ ସହରର କେତେକ ସମସ୍ୟା ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଅରୁପ କୁମାର ଜେନାଙ୍କ ସହ ଆବାହକ ଅଶୋକ ପରିଡା ଓ ଉପସଭାପତି ବିଜୟ ମହାନ୍ତି ପ୍ରମୁଖ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କ ସହ ଆଲୋଚନା କରିଛନ୍ତି । ଶୀତର ପ୍ରକୋପ ଯୋଗୁଁ ମାନସିକ ବିକାର ଗ୍ରସ୍ତ ରୋଗି,ନିଃସହାୟ ଅସହାୟ ଲୋକମାନେ ରାତ୍ରିରେ ରହଣୀ ପାଇଁ ନାନା ଅସୁବିଧା ର ସମ୍ମୁଖୀନ ହେଉଥିବା ରୁ ବସଷ୍ଟାଣ୍ଡ ରେ ନିର୍ମିତ ରାତ୍ରିକାଳୀନ ଆଶ୍ରୟ ଗୃହ କୁ କାର୍ଯ୍ୟ କ୍ଷମ କରିବାକୁ ପରାମର୍ଶ ଦେଇଥିଲେ । କୋଭିଡ କାର୍ଯ୍ୟ ରେ ବ୍ୟବହୃତ ହୋଇଥିବା ଗୃହକୁ ସାନିଟାଇଜ କରି କୌଣସି ଏକ ସଂସ୍ଥା କୁପରିଚାଳନା ଦାୟିତ୍ୱ ଦେବାକୁ ପଦକ୍ଷେପ ନେବେ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ପୁଷ୍କରିଣୀ ସୌନ୍ଦର୍ଯ୍ୟ କରଣ ପାଇଁ ପିଅନପଡା ପୋଖରୀ ଦୁଇଟି ର ପୁନରୁଦ୍ଧାର କାମର ଶୀଥିଳତା ଉପରେ ଆଲୋଚନା ହୋଇଥିଲା । ଏସବୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାବେଳେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ। ସହରରେ ଅବାଧ ବୁଲା ଗାଈଗୋରୁ ଙ୍କୁ କୌଣସି ଆଗ୍ରହୀ ଅନୁଷ୍ଠାନ ମାଧ୍ୟମରେ ଜବତ କରି ଆଇନ ଅନୁସାରେ ପଦକ୍ଷେପ ନେବାକୁ ସମ୍ମତି ଦେଇଥିଲେ।ସହରରେ ବାସ କରୁଥିବା ଲୋକଙ୍କ ଉପରେ ପୂର୍ବ ଅପେକ୍ଷା ପାଞ୍ଚରୁ ଦଶ ଗୁଣ ସେବା କର ହୋଲଡିଂ ଟିକସ ନାମରେ ଆଦାୟ କରାଯାଉଥିବା ରୁ କମିଟି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା। ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ କରିବାକୁ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ନାରାୟଣୀ ମନ୍ଦିର ଠାରେ ମନ୍ଥର ଗତିରେ ଚାଲିଥିବା ପାର୍କ କାମ ଉପରେ ଆଲୋଚନା ହୋଇଥିଲା।ନଦୀଖଣ୍ଡି ସାହି ଠାରେ ଉଡୁଡି ଯାଇଥିବା ପାର୍କ ର ପୁନରୁଦ୍ଧାର ଉପରେ ଆଲୋଚନା ହୋଇଥିଲା । ପାର୍କିଂ ସ୍ଥାନ ଚିହ୍ନଟ ଓ ସହର ମଧ୍ୟରେ ଶୌଚାଳୟ କୁ କାର୍ଯ୍ୟକ୍ଷମ ଉପରେ ଆଲୋଚନା କରାଯାଇଥିଲା।ଜନଗହଳି ସର୍ବସାଧାରଣଙ୍କ ବ୍ୟବହାର ସ୍ଥାନ ଗୁଡିକ ପରିମଳ ବ୍ୟବସ୍ଥା, ନିୟମିତ ସଫା ଓ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ନିର୍ମାଣ କାର୍ଯ୍ୟ ମୁଖ୍ୟତଃ ରାସ୍ତାଘାଟ ପାନୀୟ ଜଳ ଉସ୍ର ଗୁଡିକ ନିମ୍ନ ମାନର ହେଉଥିବା ରୁ ଦୃଷ୍ଟି ଦେବାକୁ କମିଟିପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।ସହରର ଆୟତନ ବୃଦ୍ଧି ପାଇଁ ଦାତପାଜୁ ଠାରୁ ଗୁଦାରି କଲାଡି ଏପରିକି ସାର୍ତ୍ତାଗୁଡା ମଜୁରି ବିଡା ପର୍ଯ୍ୟନ୍ତ ବୃଦ୍ଧି କରି ବିଭିନ୍ନ ପ୍ରକାର ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଏକ ପ୍ରସ୍ତାବ ସହରି ବିକାଶ ବିଭାଗ କୁ ଦେବାକୁ ଆଲୋଚନା କରାଯାଇଥିଲା।ନିୟମିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ନାଗରିକ କମିଟି ସହ ଆଲୋଚନା କରାଗଲେ ସମସ୍ୟା ସମାଧାନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା ।


