ଚୋରି ପଲ୍ସର୍ ଉଦ୍ଧାର, ଚାରି ଗିରଫ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚାରି ଜଣ ଚୋର ଗାଡିର ତାଲା ଭାଙ୍ଗି ପଲ୍ସର୍ ଟିକୁ ଚୋରି କରି ଏକ ପାଳ ଗଦାରେ ପାଳ ଘୋଡାଇ ଲୁଚାଇ ରଖିଥିଲେ | ବାଇକ୍ ଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ ପାଟ୍ରୋଲିଂରେ ହଡବଡେଇ ଯାଇଥିଲେ ଓ ପୋଲିସ୍ ଏମାନଙ୍କୁ ପିଛା କରି ଧରିବା ସହ ଚୋରି ମାମଲାରେ ସଂପୃକ୍ତ ଥିବା ଚାରି ଜଣକୁ ଗିରଫ କରି ଆସ୍କା କୋର୍ଟ୍ କୁ ପଠାଇଥିବା ଜଣା ପଡ଼ିଛି | ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଓ ବଡ଼ ବୋର୍ସିଂ ମଝିରେ ଘର କରି ରହୁଥୁବା ଲୋଚନ ସ୍ଵାଇଁଙ୍କ ୨୨୦ ପଲ୍ସର୍ ଯାହାର ନମ୍ବର୍ OD33H1863 କଳା ଓ ନାଲି ମିଶା ପଲ୍ସର୍ ଟିକୁ ଗତ ଚାରି ତାରିଖ ମଧ୍ୟ ରାତ୍ରରେ କାଳିଆଗୁଡା ଗ୍ରାମର ଗୋପାଳ ନାୟକ (୨୩),ରାଜା ନାୟକ (୨୧),ଯୁବରାଜ ପ୍ରଧାନ(୨୧) ସୂର୍ଯ୍ୟ ନାରାୟଣ ସେଠୀ (୨୧) ଚାରିଜଣ ମିଶି ପଲ୍ସର୍ ଟିକୁ ନେଇ ଯାଇ ବାଇକ୍ ଟିକୁ ପାଳ ଘୋଡାଇ ଲୁଚାଇ ରଖିଥିଲେ ଓ ଆଜି ଭୋର୍ ରୁ କଣ୍ଟେଇପଲି ଛକରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପଲ୍ପରଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ କୁ ଦେଖି ହଡବଡେଇ ଯାଇଥିଲେ | ପୋଲିସ୍ କୁ ଦେଖି ରାଜା ଓ ଗୋପାଳ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ୍ ସେ ଦୁହିଁଙ୍କୁ କାବୁ କରିଥିଲେ | ଏମାନଙ୍କୁ ଧରିବା ପରେ ଏହି ଗାଡି ଚୋରି ମାମଲାରେ ଯୁବରାଜ ଓ ସୂର୍ଯ୍ୟ ନାରାୟଣ ସମ୍ପୃକ୍ତି ଥିବା ପୋଲିସ୍ ଜାଣିପାରି କାଳିଆଗୁଡାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା | ଏନେଇ ଗାଙ୍ଗପୁର ଥାନାରେ ୩୨୦/୨୦ ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା | ଚୋରି ମାମଲାରେ ସଂପୃକ୍ତ ଥିବା ସମସ୍ତ ଗିରଫ ଚାରି ବ୍ୟକ୍ତିଙ୍କୁ ଆସ୍କା କୋର୍ଟ୍ ଚାଲାଣ କରିଥିବା ତଦନ୍ତକାରୀ ଅଫିସର୍ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ