ଘୋଡ଼ାହାଡ଼ ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାହାଡ଼ ନଦୀରୁ ଗୁରୁବାର ଭୋରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି l ମୃତକ ଜଣଙ୍କ ହେଲେ ଖଲିଙ୍ଗି ଗ୍ରାମର ଶଙ୍କର ଲେଙ୍କା(୩୫) l ଶଙ୍କର ବୁଧବାର ସନ୍ଧ୍ୟାରୁ ଘରକୁ ଫେରିନଥିଲେ l ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଲେ ମଧ୍ୟ ସନ୍ଧାନ ମିଳିନଥିଲା l ଗୁରୁବାର ସକାଳୁ କିଛି ଲୋକ ନଦୀକୁ ଗାଧେଇବା ପାଇଁ ଯାଇଥିବା ସମୟରେ ନଦୀରେ ଶଙ୍କରଙ୍କ ମୃତ ଦେହ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ଙ୍କ ଉପସ୍ଥିତି ରେ ମୃତ ଦେହ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି l


