‘ଏତ୍ରାଜ୍’ ଚଳଚ୍ଚିତ୍ର ଆଜି ୧୬ବର୍ଷ ପୂର୍ଣ୍ଣ କରିଛି
ନୂଆଦିଲ୍ଲୀ: ୨୦୦୪ରେ ମୁକ୍ତିଲାଭ କରିଥିବା ଆବାସ-ମସ୍ତାନଙ୍କ ଚଳଚ୍ଚିତ୍ର ‘ଏତ୍ରାଜ୍’ ଆଜି ୧୬ବର୍ଷ ପୂର୍ଣ୍ଣ କରିଛି। ଏହି ଚଳଚ୍ଚିତ୍ରରେ ନବାଗତା ପ୍ରିୟଙ୍କା ଖଳନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ଜାଗା ସୃଷ୍ଟି କରିଥିଲେ। ଆଜି ଏହି ଚଳଚ୍ଚିତ୍ର ୧୬ ବର୍ଷ ପୂରଣ କରିଥିବା ବେଳେ ପ୍ରିୟଙ୍କା, ଅକ୍ଷୟ କୁମାର, କରୀନା କପୁରଙ୍କ ସହ ଚଳଚ୍ଚିତ୍ରର ସମସ୍ତ ସଦସ୍ୟଙ୍କୁ ମନେ ପକାଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି, ଏତ୍ରାଜ୍ରେ ସୋନିଆ ରଏ ଚରିତ୍ରରେ ଅଭିନୟ କରିବା ମୋ ଜୀବନର ବଡ଼ ଆହ୍ବାନ ଥିଲା। ଏହି ଚରିତ୍ରରେ ହିଂସ୍ରତା, ନିଷ୍ଠୁରତା, ସ୍ବାର୍ଥପରତା ଓ ଦ୍ବନ୍ଦ୍ବ ଭରି ରହିଥିଲା। ଏଥିସହ ଏହା ଏକ ଆଲୋଚ୍ୟ ଓ ଭାବପ୍ରବଣ ଚରିତ୍ର ଥିଲା।


