ପଶୁ ଡାକ୍ତରଙ୍କ ଭୂଲ ଚିକିତ୍ସା ଯୋଗୁଁ ବଢୁଛି ଗାଇ,ବଳଦ ଙ୍କ ମୃତ୍ୟୁ ସଂଖ୍ୟା

(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ନାଉଗାଁ ରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ପଶୁ ଚିକିତ୍ସକ ଭୂଲ ଚିକିତ୍ସା ଯୋଗୁଁ ଗାଇ ଗୋରୁଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗାଁ ଲୋକ । ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଗତ ତିନି ମାସ ଭିତରେ ୧୦-୧୫ ଟି ଗାଈ ଗୋରୁ ମୃତ୍ୟୁ ହୋଇସାରିଲାଣି, ଗତ ଏକ ବର୍ଷ ଭିତରେ ୩୦-୩୫ ଟି ଗାଈଗୋରୁର ମୃତ୍ୟୁ ହୋଇସାରିଛି, ଭୂଲ ଚିକିତ୍ସା ଯୋଗୁଁ ହୋଇଛି ଏବଂ ଗାଁ ଲୋକଙ୍କୁ ପଶୁଚିକିତ୍ସକ ସର୍ବଦା ଦୁର୍ବ୍ୟବହାର କରିବା ସହିତ, ସରକାରଙ୍କ ତରଫରୁ କୌଣସି ପ୍ରକାର ଗାଈ ଗୋରୁ ପାଇଁ ମାଗଣା ଔଷଧ ଆସୁନାହିଁ ବୋଲି କହି ଚିକିତ୍ସା ପାଇଁ ଲୋକଙ୍କଠାରୁ ଅଧିକ ଟଙ୍କା ନେଉଛନ୍ତି । ଯଦି କେହି ଗରିବ ଲୋକ ପଇସା ନଦେଇପାରୁଥିଲେ ପଶୁଚିକିତ୍ସକ ଠିକ ଚିକିତ୍ସା କରୁନାହାନ୍ତି, ଆହୁରି ଗାଁ ଲୋକେ ପ୍ରତିବାଦ କରିଛନ୍ତି ଯଦି ପଶୁ ଚିକିତ୍ସଙ୍କ ବଦଳି ନ କରାଯିବ ତାହାହେଲେ ଏହି ପ୍ରତିବାଦ ତୀବ୍ର ରୂପ ନେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ