ବ୍ରହ୍ମପୁର ରୁ ବାଲିଗୁଡା ସରକାରୀ ବସ ଚାଲିଲା

ସୋରଡା : ସୋରଡା ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନ ଦାବି ପରେ ବର୍ତମାନ ବ୍ରହ୍ମପୁର ରୁ ସୋରଡା ଦେଇ ବାଲିଗୁଡା କୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି। ଏହି ବସ ଚଳାଚଳ ପରେ ଯାତ୍ରୀ ମାନେ ବେସ ଖୁସିଥିବା କହିଛନ୍ତି। ବ୍ରହ୍ମପୁର ଠାରୁ ବାଲିଗୁଡା ଦୁଇ ତିନୋଟି ଘରୋଇ ବସ ଚଳାଚଳ କରୁଥିବା ବେଳେ ଏହା ପ୍ରଥମ ସରକାରୀ ବସ ଭାବେ ଜୀବ ଆରମ୍ଭ ହୋଇଛି। ତେବେ ଏଥିର ଯାତ୍ରା କଇରବା ପାଇଁ ଯାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଟିକେଟ ବୂକ କରିପାରିବେ । ଏହି ବସ ଟି ବ୍ରହ୍ମପୁର ଠାରୁ ସକାଳ ୦୫.୪୫ ରେ ଛାଡି ସୋରଡା ରେ ୦୮.୨୮ ରେ ପହଞ୍ଚି ୦୮.୩୩ ରେ ଛାଡିବା ଓ ବାଲିଗୁଡା ରେ ୧୧.୨୦ ରେ ଫଞ୍ଚିବା ସହ ଅଧଘଣ୍ଟା ପରେ ପୁଣି ବାଲିଗୁଡା ରୁ ୧୧.୫୦ ରେ ଛାଡି ସୋରଡା ୦୨.୪୪ ରେ ପହଞ୍ଚି ୫ ମିନଟ ପରେ ପୁଣିଥରେ ବ୍ରହ୍ମପୁର ଅଭିମୁଖେ ୦୨॰୪୯ ରେ ବ୍ରାହ୍ମପୁର ଠାରେ ୦୫.୪୬ ରେ ପହଞ୍ଚିବ । ଏହି ସରକାରି ଯାତ୍ରୀବାହି ବସ ଚଳାଚଳ ପରେ ବ୍ରହ୍ମପୁର ଠାରୁ ବାଲିଗୁଡା ଯିବା ଯାତ୍ରୀ ବେସ ଖୁସି ଥିବା ସହ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କୁ ସ୍ଵାଗତ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ