ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ପକ୍ଷରୁ ଶିଶୁ ଦିବସ ଓ ଗ୍ରୀନ୍ ଦୀପାବଳୀ ପାଳନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ପକ୍ଷରୁ ପବିତ୍ର ଶିଶୁ ଦିବସ ଉପଲକ୍ଷେ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଡାଇରେକ୍ଟର ପ୍ରଶାନ୍ତ କୁମାର ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ କରୋନା ନିୟମ ପ୍ରକାରେ ପାଳନ କରାଯାଇଛି । ଏଥିରେ ଫାଉଣ୍ଡେସନର ସଭାପତି ସିଏଚ୍ ପ୍ରକାଶ ରେଡ୍ଡୀ, ରାମେଶ୍ୱର ପଣ୍ଡା, ଓଡିଶୀ ନୃତ୍ୟ ଗୁରୁ ଦେବୀ କୁମାରୀ ପ୍ରଧାନ ଓ ଆଧୁନିକ ନୃତ୍ୟ ଶିଳ୍ପୀ ପୂର୍ଣ୍ଣଜଂୟ ଜେନା, ଓଡିଶୀ ନୃତ୍ୟ ଗୁରୁ ମଧୁସ୍ମିତା ପଟ୍ଟନାୟକ ଓ ଶିବାନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଆଜି ଶିଶୁ କାଲିର ଭବିଷ୍ୟତ ଏବଂ ଶିଶୁ ଦିବସ ଉପରେ ଆଲୋକପାତ କରିବା ସହ ଗ୍ରୀନ୍ ଦୀପାବଳୀ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପବିତ୍ର ଶିଶୁ ଦିବସ ଏବଂ ଦୀପାବଳୀ ଅବସରରେ କୁନି କୁନି ଶିଶୁ ମାନଙ୍କୁ ଅତିଥୀ ମାନେ ଅଭିନନ୍ଦନ ଜଣାଇଥିଲେ । ପୂର୍ବରୁ ଅନ୍ ଲାଇନ ମାଧ୍ୟମରେ ନୃତ୍ୟ ପ୍ରତିଯୋଗିତା (ନୃତ୍ୟ ପ୍ରତିଭା) କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି ।