ଜିଲ୍ଲାରେ ଜଣେ ବି ଶିଶୁ ଶ୍ରମିକ ରହିବେ ନାହିଁ :–ଜିଲ୍ଲାପାଳ

ଏଣିକି ବ୍ଲକସ୍ତରରେ ବିଡିଓ ମାନେ ସମସ୍ତ ବିଭାଗ ର ଉନ୍ନୟନ କାର୍ଯ୍ୟକୁ ପରିଚାଳନା କରିବେ

ଛତ୍ରପୁର,(ଦେବଦତ୍ତ ମହାରଣା): ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗ ର ଉନ୍ନୟନ କାର୍ଯ୍ୟ ଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ । ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟା ଗୁଡିକ ବିଡିଓ ଙ୍କ ସ୍ତରରେ ସମାଧାନ ହେବ । ବ୍ଲକ ସ୍ତରରେ ଯଦି ସମସ୍ୟାର ସମାଧାନ ହୋଇପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଭେରନ୍ସିଂରେ ଜଣାଇଛନ୍ତି । ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ , ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଲୟ ଗୁଡିକର ସଫେଇ କାର୍ଯ୍ୟ , ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି ।ସମସ୍ତ ଦୋକାନ ଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଆଶା କ୍ଷୀଣ କିନ୍ତୁ ବାହାର ରାଜ୍ୟର ରୁ ଆସୁଥିବା ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ହେତୁ ଉତ୍ସବ ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପିବ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି । ସ୍ଥାନେ ସ୍ଥାନେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ବ୍ୟକ୍ତି ବାହାରୁଛନ୍ତି  ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ।ଜିଲ୍ଲାରେ ଜଣେ ମଧ୍ୟ ଶିଶୁ ଶ୍ରମିକ ରହିବେ ନାହିଁ ତାହା ସିନିଶ୍ଚିତ କରାନ୍ତୁ । କାମ ହେଉଥିବା ସ୍ଥାନରେ ଶ୍ରମିକ ମାନଙ୍କ ଅଧାର କାର୍ଡ ଯାଞ୍ଚ କରି ୧୪ବର୍ଷରୁ କମ୍ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରନ୍ତୁ । କାମବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ମୋଗେହ୍ଲା ଝିଅ , ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁସାରେ ବାଲ୍ୟବିବାହ ରୋକିବା ନେଇ ପ୍ରଚଳିତ ନୀତି ନିୟମର ଯାଞ୍ଚ କରାଯାଉ । ନରେଗାରେ ସ୍ୱଚ୍ଛ ଭାରତ , ଗାଁ ଯେମିତି ସଫାସୁତରା ରହିବ ତାହାର ପରିଚାଳନା ଦେଖନ୍ତୁ । ଗାଁର ପରିମଳ ଓ ସଫା ସୁତରା ନଥିଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ । ନାଳ ନର୍ଦ୍ଦମା ଉପରେ ରହିଥିବା ଅନ ଅଧିକାରୀ କୁ ହଟାଇ ତାହାର ସଫେଇ କାର୍ଯ୍ୟ ତ୍ୱରାନ୍ୱୀତ କରାଯାଉ । ମୋ ୱାର୍ଡର ସାହି କମିଟି ଗଠନ କରି ହ୍ୱାଟସ୍‌ଅପ ଗୃଫ କରି ପରିଚାଳାନ ଦିଗରେ ସମସ୍ତ ବ୍ୟବସ୍ଥା ଶୀଘ୍ର ଶେଷ କରନ୍ତୁ । ସେ ସବୁ ଠିକ୍ ପରିଚାଳନା ହେଉଛି କି ନାହିଁ ତାହାର ତଦାରଖ ନିଜେ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାପାଳ ଦେଖିବେ ବୋଲି କହିଥିଲେ ।ବିଦ୍ୟାଳୟ , ଅଙ୍ଗନବାଡି କେନ୍ଦ୍ର , ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱୀତ କରାନ୍ତୁ । ବ୍ଲକ ସ୍ତରରେ ବିଡିଓ ଏବଂ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରନ୍ତୁ ।ସମସ୍ତ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ମାନ ଖୋଲି ରାସନ କାର୍ଡ, ଭତ୍ତା ଓ ଗ୍ରାମୀଣ ଗୃହ ଯୋଜନାର ଅଭିଯୋଗ ଗୁଡିକ ଶୁଣାଣୀ କରନ୍ତୁ ।ବୈଠକରେ ବ୍ରହ୍ମପୁର ମହାନଗର ନୀଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ , ଗଂଜାମ ଆରଟିଓ ବିକାଶ ଚୈାଧୂରୀ , ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ