‘ଅଲିମ୍ପିକ୍ସରେ କ୍ରିକେଟ୍‌’କୁ ଦ୍ରାବିଡ଼ଙ୍କ ସମର୍ଥନ

ନୂଆଦିଲ୍ଲୀ : ଅଲିମ୍ପିକ୍ସକୁ ‘କ୍ରିକେଟ୍‌’ର ପୁନଃପ୍ରତ୍ୟାବର୍ତ୍ତନକୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଦୃଢ଼ ସମର୍ଥନ କରିଛନ୍ତି। ଏହା କ୍ରିକେଟ୍ ଖେଳ ପାଇଁ ଏକ ଚମତ୍କାର ଖବର ହେବ ବୋଲି ଦି ୱାଲ ଭାବେ ପରିଚତ ଦ୍ରାବିଡ଼ ମତ ପ୍ରକାଶ କରିଛନ୍ତି। କ୍ରିକେଟ୍ ଅଲିମ୍ପିକ୍ସକୁ ଫେରିଲେ ଏହାର କାୟା ବଢ଼ିବ ବୋଲି କହିବା ସହ ଏହି ମହାନ ଖେଳାଳି ଅଲିମ୍ପିକ୍ସରେ ସାମିଲ୍ ହେବା ଲାଗି ନିଷ୍ଠାର ସହ ପ୍ରୟାସ କରିବା ଲାଗି କ୍ରିକେଟ୍ ସଂଗଠକମାନଙ୍କୁ ପରାମର୍ଶ ଦେଇଛନ୍ତି। ‘‘ ଟ୍ବେଣ୍ଟି-୨୦ ଏକ ଅଲିମ୍ପିକ୍ସ କ୍ରୀଡ଼ା ହୋଇପାରିଲେ ବହୁତ ଭଲ ହୁଅନ୍ତା। କ୍ରିକେଟ୍ ଏବେ ବହୁ ଦେଶରେ ଖେଳାଯାଉଛି। ମୁଁ ଏହାର ସମ୍ପ୍ରସାରଣ ସପକ୍ଷରେ ମତ ଦେବି। ଅଲିମ୍ପିକ୍ସରେ ସ୍ଥାନ ପାଇବା ନିଶ୍ଚିତ ଭାବେ କିଛି ନୂଆ ଆହ୍ବାନ ନେଇ ଆସିବ। ଅଲିମ୍ପିକ୍ସ ଦ୍ବାରା କ୍ରିକେଟ୍ ଯେଉଁ ଦେଶଗୁଡ଼ିକରେ ଖେଳାଯାଏନାହିଁ, ସେଠାରେ ମଧ୍ୟ ପହଞ୍ଚି ପାରିବ। ଯଦି ସୂଚୀ ଅନୁମତି ଦେଉଛି, ଭିତ୍ତିଭୂମି ସୃଷ୍ଟି କରାଯାଇ ପାରୁଛି, ତାହାଲେ କାହିଁକି ନୁହେଁ, କ୍ରିକେଟ୍ ମଧ୍ୟ ଅଲିମ୍ପିକ୍ସରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିପାରିବ’’ ବୋଲି ଦ୍ରାବିଡ଼ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ