ପ୍ରଥମ ଥର ପାଇଁ ଇସ୍‌ଲାମିକ୍‌ ଷ୍ଟଜିଜ୍‌ ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍‌ କଲେ ଜଣେ ଅଣ-ମୁସ୍‌ଲମାନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜଣେ ଅଣ-ମୁସଲ୍‌ମାନ ସେଣ୍ଟ୍ରାଲ୍‌ ୟୁନିଭରସିଟି କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌ ଇନ୍‌ ଇସ୍‌ଲାମିକ୍‌ ଷ୍ଟଜିଜ୍‌ରେ ଟପ୍‌ କରି ଚର୍ଚ୍ଚା ପାଲଟିଛନ୍ତି। ପରୀକ୍ଷାର୍ଥୀ ଜଣକ ହେଉଛନ୍ତି ଅଲୱାର୍‌ର ଶୁଭମ ଯାଦବ।  ଦିଲ୍ଲୀ ୟୁନିଭରସିଟିରୁ ଫିଲୋସଫିରେ ଗ୍ରାଜୁଏସନ୍‌ କରିଥିବା ଶୁଭମ ଧାର୍ମିକ ଗଭୀରତାକୁ ଭଲ କରି ବୁଝିବା ପାଇଁ ଇସ୍‌ଲାମିକ୍‌ ଷ୍ଟଜିଜ୍‌ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଶୁଭମ କହିଛନ୍ତି, ‘ଇସ୍‌ଲାମ ଧର୍ମକୁ ନେଇ ଅନେକ ଭୁଲ୍‌ ବୁଝାମଣା ଲୋକଙ୍କ ମନରେ ରହିଛି। ମୋତେ ଲାଗେ ଯେ ଅନ୍ୟ ସବୁ ଧର୍ମ ଅପେକ୍ଷା ଏହି ଧର୍ମକୁ ସବୁଠାରୁ ଅଧିକ ଲୋକ ଭୁଲ୍‌ ବୁଝିଛନ୍ତି। ଆମେ ପଢ଼ିଛେ ଯେ ଅନେକ ବିଶ୍ବସ୍ତରୀୟ ନେତାମାନେ ଏହି ଧର୍ମକୁ ନେଇ ଆଲୋଚନା ସମାଲୋଚନା କରିଥାନ୍ତି। ଏହା ହିଁ କାରଣ ଯେ ମୁଁ ମୋର ଗ୍ରାଜୁଏସନ୍‌ ପରେ ଏହି ଧର୍ମକୁ ଆହୁରି ନିକଟରୁ ଜାଣିବାର ଇଚ୍ଛା କଲି । ଜଣେ ସରକାରୀ ଚାକିରିଆ ହେବାର ଇଚ୍ଛା ର୍‌ଖିଥିବା ଶୁଭମ କହନ୍ତି କି ଏହି କ୍ଷେତ୍ରରେ ଅଧ୍ୟୟନ କଲେ ତାଙ୍କୁ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ଅନେକ ସାହାଯ୍ୟ ହେବ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶୁଭମଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାଆ ଜଣେ ଗୃହିଣୀ। ସେ କହିଛନ୍ତି କି ଏହି ପାଠ ପଢ଼ିବା ପାଇଁ ତାଙ୍କ ବାପା ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ତେବେ, ଏହି ପାଠ ପାଇଁ ଶୁଭମଙ୍କୁ ଜମ୍ମୁ-କଶ୍ମୀରରେ ରହିବାକୁ ପଡ଼ିବ ବୋଲି ଜାଣି ତାଙ୍କ ବାପାମାଆ ସାମାନ୍ୟ ଚିନ୍ତିତ ଥିବା କଥା ସେ ପ୍ରକାଶ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ