ନିର୍ଗୁଣ୍ଡି ପଞ୍ଚାୟତ ଠାରେ ଗ୍ରାମସଭା ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ନିର୍ଗୁଣ୍ଡି ପଞ୍ଚାୟତ ଖଳା ଠାରେ ସରପଞ୍ଚ ନମିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ପ୍ରକଳ୍ପ ଯଥା କଂକ୍ରିଟ ରାସ୍ତା ନିର୍ମାଣ, ପୋଖରୀ ଖନନ, ମୋ ଗୁହାଳ, ନୂତନ ମାଟିରାସ୍ତା ନିର୍ମାଣ ସମ୍ବନ୍ଧରେ ଆଲୋଚନା ହୋଇ ପ୍ରସ୍ଥାବ ଗୃହିତ ହୋଇଥିବା ଜଣାଯାଇଛି । ବୈଠକରେ ୧୩ଗୋଟି ୱାର୍ଡର ସମସ୍ତ ସଭ୍ୟସଭ୍ୟା ଓ ଜନସାଧାରଣମାନେ ଉପସ୍ଥିତ ଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ର ଓ ବାବାଜୀ ଚରଣ ଜେନା ବୈଠକକୁ ପରିଚାଳନା କରିଥିଲେ ।


