୩୦ରୁ ବିଦ୍ୟୁତ୍ କର୍ମଚାରୀମାନଙ୍କ ଆନ୍ଦୋଳନ

ଭୁବନେଶ୍ୱର, : ବିଦ୍ୟୁତ୍ ବିଭାଗରେ ସଂସ୍କାର ପାଇଁ ଆମୁଳଚୁଳ ପରିବର୍ତ୍ତନ କରାଯିବାର ୨୪ ବର୍ଷ ପୁରିଲା ହେଲେ ଏହାର କର୍ମ·ରୀମାନଙ୍କ ପାଇଁ ଗୋଟିଏ ସର୍ଭିସ ରେଗୁଲେସନ ହୋଇପାରିଲା ନାହିଁ । ଏହି ସର୍ଭିିସ ରେଗୁଲେସନ ନ ଥିବାରୁ କର୍ମ·ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଇଟିଆଇ ତାଲିମପ୍ରାପ୍ତ ବିଦ୍ୟାର୍ଥୀ କୁଶଳୀ ଶ୍ରେଣୀରେ ଗଣା ଯାଉଥିବା ବେଳେ ଓଟିପିସିଏଲ୍ରେ ଆଇଟିଆଇ ତାଲିମପ୍ରାପ୍ତ କର୍ମ·ରୀମାନେ ଦୀର୍ଘ ସାତବର୍ଷ ହେବ ଅର୍ଦ୍ଧକୁଶଳୀ ଶ୍ରେଣୀରେ ବିନା ପଦୋନ୍ନତିରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ ୫ଟି ନୀତିକୁ ଓପିଟିସଏଲ୍ କର୍ତ୍ତୃପକ୍ଷ ବାରମ୍ବାର ଉଲଂଘନ କରୁଛନ୍ତି । ସର୍ଭିସ ରେଗୁଲେସନ କରିବା ପାଇଁ ଯେଉଁ ନୀତି ନିୟମ ମାନିବାକୁ ପଡ଼େ ସେ ସବୁକୁ ଓପିଟିସଏଲ୍ କର୍ତ୍ତୃପକ୍ଷ ଅଣଦେଖା କରି ଏକ ଅନାମଧେୟ ପଞ୍ଜିକୃତ ନଥିବା ମଞ୍ଚ ସହ ଆଲୋଚନା କରି କର୍ମ·ରୀମାନଙ୍କ ସର୍ବନାଶ କରିବା ପାଇଁ ଚକ୍ରାନ୍ତ କରୁଥିବା ସୂଚନା ମିଳୁଛି । ଓଏସ୍ବି ଭାଙ୍ଗିବା ସମୟରେ ରାଜ୍ୟ ସରକାର ଗେଜେଟ୍ ନୋଟିସ୍ କରି ଜାରି କରିଥିଲେ ବିଦ୍ୟୁତ୍ କର୍ମଚାରୀମାନେ କେବେ ବି ଓଏସ୍ବି ଠାରୁ କମ୍ ସୁବିଧା ପାଇବେ ନାହିଁ । ଗ୍ରୀଡ୍କୋ, ଓଇଆରସି ଦ୍ୱାରା ପରିଚାଳିତ ଅନ୍ୟ ଡ଼ିସକମମାନେ ଏହି ଓଏସ୍ବି ନିୟମ ଅନୁସାରେ କର୍ମଚାରୀମାନଙ୍କୁ ପଦୋନ୍ନତି ଦେଉଥିବା ବେଳେ ଓପିଟିସିଏଲ୍ ଏହାକୁ ନ ମାନି ଭିନ୍ନ ଏକ ପରମ୍ପରା ସୃଷ୍ଟି କରୁଛି । ଓଏଚ୍ପିସି ଆଇଟିଆଇ ଟେନ୍ରିଂ ନେଇ ସାରଥିବା କର୍ମ·ରୀମାନଙ୍କୁ କୁଶଳୀ ଶ୍ରେଣୀରେ ନିଯୁକ୍ତ ଦେଉଥିବା ବେଳେ ଓପିଟିସିଏଲ୍ ସାତ ବର୍ଷ ହେବ ଆଇଆଇଟି କର୍ମଚାରୀମାନଙ୍କୁ ଅର୍ଦ୍ଧକୁଶଳୀ ଶ୍ରେଣୀରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଆସିଛି । ରାଜ୍ୟ ସରକାର ୫ଟି ନୀତି ଉଲଂଘନ ପ୍ରତିବାଦରେ, ସର୍ଭିସ ରେଗୁଲେସନ କରିବା ପାଇଁ ନୀତି ନିୟମ ମାନି ପ୍ରକୃତ ଟ୍ରେଡ଼୍ ୟୁନିୟନ ସହ ଆଲୋଚନା ଏବଂ ଓଏସ୍ବି ନିୟମ ମାନି ଜୁନିଅର ଟେକ୍ନିସିଆନସ୍ମାନଙ୍କୁ ତୁରନ୍ତ ପଦୋନ୍ନତି ଦେବା ଦାବିରେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଠାରୁ ଓପିଟିସିଏଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରତିବାଦ ସ୍ୱରୂପ ଗଣଧାରଣା ଦେବ ବୋଲି ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଜ୍ଞାନରଞ୍ଜନ ଭୋଇ ଏବଂ ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ