ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି, (ଓ୍ବାଇଏନଏସ): ପବିତ୍ର ରକ୍ଷାବନ୍ଧନ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ଅବସରରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ‘ଆମ ଓଡ଼ିଶା’ର ସଂଯୋଜକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ରାଉତ, ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ସମେତ ‘ସମ୍ବାଦ ସାହିତ୍ୟ ଘର’ର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ, ରତ୍ନାକର ଦାସ, ଆନନ୍ଦ ଚନ୍ଦ୍ର ଓଝା, ନାରାୟଣ ଲେଙ୍କା, ସୁରେନ୍ଦ୍ର ପରିଡ଼ା, ହରିହର ସାମଲ, ଅନନ୍ତ ଚରଣ ମୁଦୁଲି, ସୁବାସ ପାତ୍ର, ନିତ୍ୟାନନ୍ଦ ବେହେରା, ମୋହନ କୁମାର ମହାନ୍ତି, ମୁରଲୀଧର ବେହେରା, ବିଦ୍ୟୁତ୍‌ପ୍ରଭା ଦେଓ, ଚତୁର୍ଭୁଜ ପହିଙ୍କ ସମେତ ସାହିତ୍ୟ ଘରର ବହୁ ସଦସ୍ୟ ଓ ବିଭିନ୍ନ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ବୈଠକରେ ରକ୍ଷାବନ୍ଧନର ମହତ୍ତ୍ୱ ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନ ଦିଗରେ ସଚେତନ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ମତାମତ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ