ଶିକ୍ଷା ବିଭାଗ ଉପ ନିର୍ଦେଶକଙ୍କ କାଶୀନଗର ଗସ୍ତ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଓଡିଶା ଶିକ୍ଷା ବିଭାଗର ଉପ ନିର୍ଦେଶକ ସନାତନ ପଣ୍ଡା ଗଜପତି ଗସ୍ତ ଅବସରରେ କାଶୀନଗର ମଧ୍ୟ ପରିଦର୍ଶନ କରିବାକୁ ଆସିଥିଲେ | ପୁରାତନ ସ୍କୁଲ ବାରଣାସୀ ଉଚ ବିଦ୍ୟାଳୟ ଠାରେ ଶିକ୍ଷାର ଗୁଣାତ୍ମକ ଶିକ୍ଷା ସଂଘ ନିମନ୍ତେ ବିଭାଗୀୟ ଅଧିକାରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଉଥିଲେ | ତାଙ୍କ ଗସ୍ତ ବେଳେ ସ୍ଥାନୀୟ ବିଇଓ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ | ହାଇସ୍କୁଲକୁ ପ୍ରଧାନ ଶିକ୍ଷକ ନିଯୁକ୍ତି, ହଷ୍ଟେଲ ଗୁଡିକୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି, କାଶୀନଗରରେ ବର୍ତ୍ତମାନ ବିଇଓ ଦାୟିତ୍ୱରେ ଅଧିକାରୀଙ୍କୁ ରଖିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ | ସମସ୍ଥ ଦାବି ଗୁଡିକ ହୃଦୟଙ୍ଗମ କରି ସମସ୍ତ ଦାବି ଗୁଡିକୁ ୧୫ ଦିନ ମଧ୍ୟରେ ପୁରାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ | ବିଇଓ କାର୍ଯ୍ୟାଳୟରେ ମଧ୍ୟ ଡଃ.ଵୃଷକେତୁଙ୍କ ପୌରାହିତ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ତାଙ୍କ ସହ ବିଜ୍ଞାନ ନିରକ୍ଷକ ଶ୍ରୀଯୁକ୍ତ ପଟ୍ଟନାୟକ ଓ ଜିଲ୍ଲା କାର୍ଯ୍ୟାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |


