ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଜନ୍ମ ତିଥି ପାଳନ
ଜଗତସିଂପୁର,(ଅନୁସୟା ରାଉତ): ଜଗତସିଂପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଭାରତର ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଜନ୍ମ ତିଥି ପାଳନ କରାଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂପୁର ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜଗତାନନ୍ଦ ବେହେରା, ସୁବାସ ଚାନ୍ଦ,ଅନିଲ କୁମାର ଦାସ,ଭାଗିରଥି ବିଶ୍ୱାଳ, ମହେଶ୍ୱର ବିଶ୍ୱାଳ,ନିରଞ୍ଜନ ସେନ, ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |