ପରିମଳ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : “ଗଡସ” ଅନୁଷ୍ଠାନ ପକ୍ଷରୁ ଗୁମ୍ମା ବ୍ଲକର ଜୀବା ଗ୍ରାମ ଠାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛତାର ବିକାଶ ବିଷୟ ଏବଂ ପରିମଳ ସାକ୍ଷରତା ଅଭିଯାନ ବିଷୟରେ ବୁଝା ଯାଇଥିଲା । ଲୋକମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ପରିଚ୍ଛନ୍ନତା ଗୃହ ଓ ଗ୍ରାମ ପରିବେଶ ସଫା ରଖିବା, ପାଇଖାନା ବ୍ୟବହାର କରିବା, ହାତ ଧୋଇବା ବିଷୟରେ ବୁଝାଯାଇଥିଲା । ଏହା ଦ୍ୱାରା କିପରି ଉପକାରିତା ମିଳିଥାଏ ସେ ବିଷୟରେ ସଚେତନ କରାଯାଇଥିଲା । ମହିଳା ମାନଙ୍କୁ ମଧ୍ୟ ପରିସ୍କାର ପରିଚ୍ଛନ୍ନ ବିଷୟରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜୀବା ପଞ୍ଚାୟତର ସରପଞ୍ଚ କବିତା ଶବରଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା । ଏହା ସହ ଏଲ୍‌.ଡି.ଏମ୍‌. କିଶୋର ଚନ୍ଦ୍ର ନାୟକ, ଆର୍‌ସେଟି ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ଓ ମିଶନ ଶକ୍ତି ସଂଯୋଜିକା ରଶ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ପରିମଳ ସ୍ୱାକ୍ଷରତା ବିଷୟରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ