ଜିଲ୍ଲାରେ ୪ଜଣ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ପଦୋନ୍ନତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଟିଫିକେସନ ନମ୍ବର ୧୬୬୫୮ ତା ୧୬.୧୧.୨୦୨୦ରିଖରେ କେନ୍ଦ୍ରାପଡା ଜିଲ୍ଲାର ୪ଜଣ ବରିଷ୍ଠ ଏସ.ଇ.ଏସ. ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଓ.ଇ.ଏସ.(ଏସ.ବି.) ଗ୍ରୁପ -ବି ପଦକୁ ପଦୋନ୍ନତି ଦିଆଯାଇଛି । ସେମାନଙ୍କ ମଧ୍ୟରେ ଉପେନ୍ଦ୍ର ନାଥ ସ୍ୱାଇଁଙ୍କୁ ଜିଲ୍ଲାର ସର୍ବ ପୁରାତନ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ଶିକ୍ଷକ ଶ୍ରୀ ସ୍ୱାଇଁ ଆଜି କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ବିଦ୍ୟାଳୟ ପକ୍ଷରୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଶିକ୍ଷାବୀତ ଓ ସ୍ଥାନୀୟ ଅଚଂଳର ଶୁଭେଛୁମାନେ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ସର୍ବ ପ୍ରଥମେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଉମାକାନ୍ତ ମହାପାତ୍ର ବେଦପାଠ କରିଥିବା ବେଳେ ସହକାରୀ ଶିକ୍ଷକ ଅନିଶ ଉଦ୍ଦିନ ଖାଁ କୋରାନ ପାଠ ଏବଂ ଶିକ୍ଷକ ରାଜକିଶୋର କର ମଙ୍ଗଳାଚରଣ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ରାଉତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବୀତ ସୁବୁଦ୍ଧି ଚରଣ ସାହୁ, ବିଜୟ କୁମାର ସାମଲ, ଶିବ ପ୍ରସାଦ ନାୟକ, ମନୋଜ କୁମାର ପରିଡା, ସେକ ସୁଲତାନ, ପବିତ୍ର ମୋହନ ଜେନା, ଜାକିର ହୁସେନ, ସୁନାକର ପରିଡା, ମହମ୍ମଦ ଇବ୍ରାହିମ ଖାନ, ବନଜା ରାଉତ, କଳ୍ପନା ମିଶ୍ର, ଶୁଭସ୍ମିତା ପତି, ସର୍ମିଷ୍ଠା ସାମଲ, ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ ବିଶ୍ୱାଳ, ସୁଜାତା ପ୍ରିୟଦର୍ଶିନୀ ଜେଠୀ, ଚିତ୍ତରଞ୍ଜନ ମହାନ୍ତି, ମହମ୍ମଦ ଅକ୍ସର ଅଲ୍ଲୀ, ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଏହି ବିଦ୍ୟାଳୟକୁ ବିକାଶର ଶୀର୍ଷରେ ପହଁଚାଇବାକୁ ପ୍ରତିଶୃତି ବଦ୍ଧ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ