ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀରେ ବନ୍ୟା ପରିସ୍ଥିତି
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଲଗାଣ ବର୍ଷା ଯୋଗୁଁ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ଼ଆରପି କଲୋନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱ ବ୍ୟାଙ୍କ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓଡ଼ିଆରପି ଗୃହ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଦାନ କରାଯାଇଥିବା ସୁଦ୍ଧା ପାରିପାଶ୍ୱର୍ିକ କୌଣସି ବିକାଶର କାର୍ଯ୍ୟ କରାଯାଇ ନାହିଁ । ତେଣୁ ଲଗାଣ ବର୍ଷାରେ ଓଡ଼ିଆରପି କଲୋନୀର ତୃତୀୟ ଲାଇନରେ ବର୍ଷା ଜଳ ନିଷ୍କାସନ ନହୋଇ ଘରେ ପାଣି ପଶି ମତ୍ସ୍ୟଜୀବୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ସହ ରାସ୍ତାରେ ସାଇକେଲରୁ ଆରମ୍ଭ କରି ବିଭିନ୍ନ ଯାନବାହାନ ଯାତାୟତ କରିବା ସମ୍ଭବ ହୋଇ ପାରୁନାହିଁ । ଏଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଓଡ଼ିଆରପି କଲୋନୀରେ ବାସ କରୁଥିବା ମତ୍ସ୍ୟଜୀବୀ ଭାଇ ଭଉଣୀମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି ।


