ଚିକିଟି ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଚିକିଟି, (ଯୁଗାବ୍ଦ ନ୍ୟୁଜ ) : ଚିକିଟି ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପକ୍ଷର ୁ ନବାଗତ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଇତିହାସ ବିଭାଗର ବିଭାଗ ମୁଖ୍ୟ ଡଃ. ବି. ଦେବରାଜ ଉକ୍ତ ସଭାରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାମ୍ପ୍ରତ୍ତିକ ଯୁଗରେ ଅର୍ଥନୀତିର ମୁଲ୍ୟ ସଂପରର୍କରେ ଅବଗତ କରାଇଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ପାଢୀ କହିଥିଲେ ଯେ, ଯେଉଁ ଦେଶର ଆଧ୍ୟାତ୍ମିକ ବିକାଶ ଯେତେ ସୁଦୃଢ ସେ ଦେଶ ସେତେ ବିକଶିତ । ବିଭାଗର ଅନ୍ୟତମ ଶ୍ରୀ ଆନନ୍ଦ କୁମାର ମହାରଣା ବିଭାଗର ସୁନାମକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିବାବେଳେ ଓଡିଆ ବିଭାଗର ମୁଖ୍ୟ ଡଃ. ବିଶ୍ୱନାଥ ପାଣିଗ୍ରାହୀ ଆତ୍ମନିର୍ଭରଶୀଳ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ଆନନ୍ଦ ମହାରଣା ଓ ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟତ୍ତତ୍ତ୍ୱାବଧାନରେ ବିଭାଗର ଛାତ୍ରୀ ସରୋଜିନୀ ସାହୁ, ସୁପ୍ରଭା ବେହେରା , ରେଶ୍ମା ପ୍ରଧାନ “ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା” ସଂପର୍କିତ ମୌଳିକ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ