କାଜୁ ଗାଡ଼ିରୁ ଗଞ୍ଜେଇ ଜବତ ଘଟଣା, କାଜୁ ବିକ୍ରିକୁ ନେଇ ୬ ଜଣକ ନାମରେ ମାମଲା ରୁଜୁ
ମୋହନା,(ଅଂଶୁମାନ ପଣ୍ଡା): ଅଡବା ଥାନା ଗତ ଅଗଷ୍ଟ ୨୪ ତାରୀଖ ରେ ମାଣ୍ଡିମେରା ନିକଟରେ ଏକ ଟ୍ରକ ଗଞ୍ଜେଇ ଜବତ ହୋଇଥିଲା | ଏଥିରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ହେଲେ ଏଥିରେ ଥିବା କାଜୁକୁ ଚୋପା ଛଡା କାଜୁ ଦେଖାଇ ୧୪ ଲକ୍ଷ୍ୟରେ ବିକ୍ରି କରିଛନ୍ତି |ଏହି ଘଟଣାରେ କୋର୍ଟ ନିର୍ଦେଶ କ୍ରମେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଅଡବା ଥାନାରେ ଏକ କେଶ ଦେଇଛନ୍ତି | ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି | ସେମାନେ ହେଲେ ବିଡିଓ ବଂଶୀଧର ଖୋସଲା, ଏସାଇ ଆଲୋକ ଜଗଦଲା, ଆଇ.ଆଇ.ସି ତପନ କୁମାର ପତି, ଯୋଗାଣ ଅଧିକାରୀ ଶଙ୍କର ବେହେରା ଗାଡି ମାଲିକ ଓ କାଜୁ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ହୋଇଛି |