କର୍ଣ୍ଣାଟକ ରେଟିଂ ଫ୍ରେମୱାର୍କର ଶୀର୍ଷରେ ମଣିପାଲ ଏକାଡେମୀ ଅଫ ହାୟର ଏଜୁକେଶନ

ମଣିପାଲ ଏକାଡେମୀ ଅଫ ହାୟର ଏଜୁକେଶନ କର୍ଣ୍ଣାଟକ ର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରୁପେ କର୍ଣ୍ଣାଟକ ରେଟିଂ ଫ୍ରେମୱାର୍କ ୨୦୧୮-୧୯ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଛି । ଏହି ସମ୍ମାନ ଦ୍ୱିତୀୟ ଥର ପାଇଁ ମଣିପାଲ ଏକାଡେମୀ କୁ ମିଳିଛି । ମଣିପାଲ ଏକାଡେମୀ ର ପ୍ରୋ ଚାନସେଲର ଡଃ ଏଚ ଏସ ବଲ୍ଲାଲ ଓ ଗୁଣବତା ନିର୍ଦ୍ଦେଶକ ଡଃ କ୍ରିଷ୍ଟୋଫର ସୁଧାକର ଏକ ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଡଃ ସି ଅଶ୍ୱଥ ନାରାୟଣ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବାଙ୍ଗାଲୁରୁ ଠାରେ ଉଚ୍ଚଶିକ୍ଷା ବିଭାଗ ଓ କର୍ଣ୍ଣାଟକ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ମଙ୍ଗଳବାର ଦିନ ଏହି ରେଟିଂ ପ୍ରକାଶ କରାଯାଇଥିଲା । ଏମ୍ଏଏଚ୍ଇ ୧୦୦୦ରୁ ୮୪୧ ସ୍କୋର ପାଇଛି । ଏହି ରେଟିଂରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ମାନଙ୍କ ବ୍ୟାପକ ମୁଲ୍ୟାୟନ କରାଯାଇଛି । ଏଥିରେ ରାଜ୍ୟ ପ୍ରାଇଭେଟ ଓ ଡିମଡ୍ ବିଶ୍ୱବିଦ୍ୟାଳୟ ସାମିଲ । ଏହି ସର୍ଭେ ଇଣ୍ଡିଆନ ସେଂଟର ରେ ଏକାଡେମିକ ଏକ୍ସେଲେନ୍ସ ର ଅନୁସନ୍ଧାନ ଓ ବିଶ୍ଳେଷଣ ବିଭାଗ ଦ୍ୱାରା କରାଯାଇଛି । ପ୍ରୋ ଚାନସେଲର ଡଃ ବଲ୍ଲାଲ କହିଛନ୍ତି, “ଏମ୍ଏଏଚ୍ଇ ସବୁ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ଶୀର୍ଷରେ ଥିବାରୁ ଏବଂ ୫ଟି ତାରକା ପାଇଥିବାରୁ ଆମେ ଗର୍ବିତ । ଆମକୁ ଏହି ସ୍ଥାନ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଙ୍କୁ କଠିନ ପରିଶ୍ରମ କରିବାକୁ ହେବ ।” ଏନ୍ଆଇଆରଏଫ୍ ର‌୍ୟାକିଂ ଢାଂଚାରେ କର୍ଣ୍ଣାଟକ ଷ୍ଟେଟ ୟୁନିଭର୍ସିଟି ରେଟିଂ ଫ୍ରେମୱାର୍କ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଗୁଣବତା ମୁଲ୍ୟାଙ୍କନ କରିଥାଏ । ଏନ୍ଆଇଆରଏଫ୍ ରାଷ୍ଟ୍ରୀୟ ର‌୍ୟାକିଂ ରେ ମଣିପାଲ ଏକାଡେମୀ କୁ ୯ମ ସ୍ଥାନ ମିଳିଥିଲା । ଏକାଧିକ ଅନ୍ୟ ର‌୍ୟାକିଂ ଏଜେନ୍ସି ମଧ୍ୟ ୨୦୧୯ ରେ ପ୍ରସ୍ତୁତ ସର୍ଭେ ଅନୁସାରେ ମଣିପାଲ ଏକାଡେମୀ କୁ ୪ର୍ଥ ଥର ପାଇଁ ଦେଶର ଶ୍ରେଷ୍ଠ ପ୍ରାଇଭେଟ୍ ବିଶ୍ୱବିଦ୍ୟାଳୟ ବିବେଚନା କରିଛନ୍ତି । ଟାଇମସ୍ ହାୟର ଏଜୁକେଶନ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାକିଂ ଏବଂ କ୍ୟୁଏସ ସର୍ଭେ ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ଉଚ୍ଚ ପ୍ରଶଂସିତ ହେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ