ଖାରିଆସାହି ପ୍ରାଥମିକ ସ୍କୁଲ ମିଶ୍ରଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଖାରିଆସାହି ନିମ୍ନପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ ପ୍ରତିବାଦରେ ଆଜି ଗ୍ରାମବାସୀ ଓ ଛାତ୍ରାଭିଭାବକମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଏହି ପ୍ରାଥମିକ ବିଦ୍ୟାଳୟଟି ଗତ ୧୯୬୭ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହା ଦୀର୍ଘ ୫୩ବର୍ଷ ତଳର ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହି ସ୍କୁଲକୁ ୨କିଲୋମିଟର ଦୂର ବନ୍ଧକଟା ଗ୍ରାମର ସତ୍ୟନାରାୟଣ ବିଦ୍ୟାପୀଠ ସହିତ ମିଶ୍ରଣ କରାଯାଇଥିବାରୁ ଏହି ଗ୍ରାମର ଛୋଟ ଛୋଟ ପିଲାମାନେ ଏତେ ଦୂର ଚାଲି ଚାଲି ଯାଇ ପାଠ ପଢିବା ସମ୍ଭବ ନୁହେଁ । ଏତଦବ୍ୟତିତ ମିଶ୍ରଣ ସ୍କୁଲ ନିକଟ ଦେଇ ଏକ ନଦୀ ପ୍ରବାହୀତ ହେଉଛି । ଖାରିଆସାହି ଗ୍ରାମରେ ମୁଖ୍ୟତଃ ଗରୀବ ପଛୁଆବର୍ଗର ଲୋକମାନେ ବସବାସ କରିଥାନ୍ତି । ଏଭଳି ପରିସ୍ଥିତିରେ ଏତେ ଦୂରକୁ ଯାଇ ଜୀବନ ବିପନ୍ନକରି ପିଲାମାନେ ପାଠ ପଢିବାରେ ଗୁରୁତ୍ତର ବାଧା ସୃଷ୍ଟି ହେବାର ସମ୍ବାବନା ରହିଛି । ତେଣୁ ସେମାନଙ୍କ ସମସ୍ୟାକୁ ଅନୁଧ୍ୟାନ କରି ଖାରିଆସାହି ପ୍ରାଥମିକ ସ୍କୁଲକୁ ବନ୍ଦ କରାନଯାଇ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଆଦେଶ ପ୍ରଦାନ କରାଯିବାକୁ ଗ୍ରାମବାସୀ ଓ ଛାତ୍ରାଭିଭାବକଙ୍କ ପକ୍ଷରୁ ମାନସୀ ବାରିକ, କଲ୍ୟାଣୀ ବାରିକ, ଚନ୍ଦ୍ରୀକା ବାରିକ, ପୁଷ୍ପାଞ୍ଜଳି ବାରିକ, ନୃସିଂହ ବେହେରା, ଶଶୀ ଶେଖର ବେହେରା, ପ୍ରଦୀପ ରାଉତ, ତାରାପଦ ବେହେରା, ବିଶ୍ୱଜିତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ