ଶିକ୍ଷୟତ୍ରୀଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଦୁଇ ମହିଳା 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସହରର ଡିଆଇଟି ସମ୍ମୁଖରେ ରାସ୍ତା ଆରପଟେ ଘର ଭଡ଼ାରେ ରହୁଥିବା ଡିଆଇଟିର ଶିକ୍ଷୟିତ୍ରୀଙ୍କ ଘରୁ ଦିନ ଦିପହରେ ହିନ୍ଦୀ ଭାଷା କହୁଥିବା ଦୁଇ ମହିଳା ୫୦ଗ୍ରାମ ସୁନା ସହ ଦୁଇ ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ନେଇ ଶିକ୍ଷୟତ୍ରୀଙ୍କ ସ୍ଵାମୀ ଶଶାଙ୍କ ଶେଖର ସାହାଣୀ ଟିକାବାଲି ଥାନାରେ ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ଟିକାବାଲି ଥାନାରେ ୬୮/୨୦ ରେ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଲାଇଥିବା ନେଇ ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ ଶିକ୍ଷୟତ୍ରୀ ଜଣକ ଡିଆଇଟିକୁ ଯାଇଥିବା ବେଳେ ସ୍ୱାମୀ ଶଶାଙ୍କ ଶେଖର ଘରେ ରହିଥିଲେ । ଏହି ସମୟରେ ହିନ୍ଦୀ ଭାଷା କହୁଥିବା ଦୁଇ ମହିଳା ଆସି ଆମକୁ ଭୋକ ହେଉଛି କିଛି ଖାଇବାକୁ ଦିଅ ବୋଲି କହିଥିଲେ । ଶଶାଙ୍କ ଘରର ବାରଣ୍ଡାରେ ଖାଇବାକୁ ଦେଇଥିଲେ । ପରେ ଛୁଆ କାନ୍ଦିବାରୁ ଶଶାଙ୍କ ଘରର ବାହର ପଟର କବାଟରେ ଗେଡା ଲଗାଇ ରାସ୍ତା ଆରପଟେ ଥିବା ଡିଆଇଟିକୁ ଯାଇ ଶିକ୍ଷୟିତ୍ରୀଙ୍କୁ ଛୁଆକୁ ଦେଇ ୧୦ମିନଟ ଭିତରେ ଘରକୁ ଫେରିଲା ବେଳକୁ ‌ଉକ୍ତ ଦୁଇ ମହିଳା ଜଣକ କବାଟ ଖୋଲି ଘରେ ପଶି ଥିବାର ଦେଖିବାକୁ ପାଇଥିଲେ । ଦୁଇ ମହିଳାକୁ ଘର ଭିତରେ କାହିଁକି ପଶିଥିଲ ପଚାରିବାରୁ ଦୁଇ ମହିଳା କିଛି ନକହି ପଳାଇ ଯାଇଥିଲେ । ଏହାପରେ ଶଶାଙ୍କ ଘର ଭିତରକୁ ଯାଇ ଦେଖିଲା ବେଳକୁ ଆଲମିରା ଖୋଲା ହୋଇଥିବା ଜାଣି ଦେଖିଲାବେଳକୁ ଟଙ୍କା ଓ ଅଳାଙ୍କାର ନଥିଲା। ସବୁ ଚୋରି ହୋଇଯାଇଥିଲା । ପରେ ଦୁଇମହିଳାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥଲେ । ପରିଶେଷରେ ନିରାଶ ହୋଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ