ଚମାଖଣ୍ଡି ଛକ ଠାରେ ରାସ୍ତା ଅବରୋଧ କରି ବନ୍ଦ ଡାକରା ରେ ସାମିଲ ହେଲେ ସିପିଆଇ ନେତା
ଛତ୍ରପୁର,(ଦେବଦତ୍ତ ମହାରଣା): କେନ୍ଦ୍ର ସରକାରଙ୍କ ଜନବିରୋଧି ଓ ଶ୍ରମିକ ବିରୋଧି ନୀତି ବିରୋଧରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦେଇଛନ୍ତି । ଏ ନେଇ ଚମାଖଣ୍ଡି ଛକଠାରେ ସିପିଆଇ ପାର୍ଟି ପକ୍ଷରୁ ଏହାକୁ ସଫଳ କରିବା ନିମନ୍ତେ ଦଳୀୟ ନେତା ଓ କର୍ମୀ ମାନେ ଚମାଖଣ୍ଡିସ୍ଥିତ ଛକ ଜାତୀୟ ରାଜପଥ ଅବରୋଧ କରି ବିିଭିନ୍ନ ଗାଡ଼ି ଯାତାୟତ ବନ୍ଦ କରାଯାଇଛି । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡି, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡି, ସହସମ୍ପାଦକ ଗୁରୁନାଥ ପ୍ରଧାନ, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ଦଳୀୟ ନେତାମାନେ ସାମିଲ ହୋଇ ଏହି ବନ୍ଦ ଡାକରାକୁ ସଫଳ କରିଥିଲେ ।