ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣାରେ;୩ ଜଣଙ୍କୁ ଗିରଫ କଲା ପାରଳା ପୋଲିସ

ପାରଳାଖେମୁଣ୍ଡି,୨୭ା୧୧ (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପାରଳାଖେମୁଣ୍ଡି ଆଦର୍ଶ ପୋଲିସକୁ ବଡ ସଫଳତା ମିଳିଛି । ଏନେଇ ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ୍‌.ଡି.ପି.ଓ. ରାମକୃଷ୍ଣ ପତି ସୂଚନା ପ୍ରଦାନ କରି କହିଛନ୍ତି ଯେ ଗତ ୨୫.୧୧.୨୦୨୦ ତାରିଖ ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ରହୁଥିବା ତାଙ୍କ ମାଉସୀ ପାତ୍ରକାଣ୍ଡି ତାତାମ୍ମା ଏକୁଟିଆ ରହିଥିଲେ । ଏହି ସମୟରେ ପୂର୍ବରୁ ଲୁଟପାଟ ଏବଂ ଆକମଣ ପାଇଁ ପ୍ରସ୍ତୁତ ହୋଇ ଆସିଥିବା ପାରଳାଖେମୁଣ୍ଡି ସ୍ଥିତ ତେଲି ସୁଣ୍ଢି ସାହିର ସୋମେରେଡ୍ଡି କାନ୍ତାମ୍ମା ନାମକ ଜଣେ ମହିଳା ବିଧାୟକଙ୍କ ଘରକୁ ଯାଇ ତାତାମ୍ମାଙ୍କ ସହ ପୂର୍ବରୁ ନେଇଥିବା ୫ହଜାର ଟଙ୍କା ଧାରକରଜ ସମ୍ପର୍କିତ କଥା ବାର୍ତ୍ତା ହେଉଥିଲେ । ତେବେ ପୂର୍ବରୁ ପ୍ରସ୍ତୁତ ହୋଇ ଲୁଟପାଟ କରିବା ଯୋଜନା ମୁତାବକ କାନ୍ତାମ୍ମା ନିଜ ପୁଅ ସୋମେରେଡ୍ଡି ତେଜା ରାଓ(୨୦) ଏବଂ ପାରଳାଖେମୁଣ୍ଡି ସହର ସ୍ଥିତ ଅଙ୍କସାହିର ଗାଣ୍ଡୁପଲ୍ଲୀ ରୋହିତ(୧୯)ଙ୍କୁ ଫୋନ ଯୋଗେ ଡକାଇଥିଲେ । ଉଭୟ ତେଜା ଏବଂ ରୋହିତ ବିଧାୟକଙ୍କ ଘରେ ପଶି ହଠାତ ତାତାମ୍ମାଙ୍କ ପାଟିରେ ହତ୍ୟା ଉଦ୍ଦେଶ୍ୟରେ କପଡା ପୁରାଇ ନାକକୁ ଦବାଇ ଧରିଥିଲେ । ଇତି ମଧ୍ୟରେ ତାତାମ୍ମା ବଡ ଯୋର୍‌ରେ ଚିତ୍କାର କରିବା ଯୋଗୁଁ ପୋଡଶୀ ମାନେ ଦୈଡି ଆସିଯାଇଥିଲେ । ଏହି କାରଣରୁ ସେମାନେ ଘଟଣା ସ୍ଥଳରୁ ଆଣିଥିବା ନିଜ ନିଜ ମୋଟର ସାଇକେଲ ଯଥା ଓଡି୨୦ ୮୨୪୬ ଏବଂ ଓଆର ୨୦ ୯୫୭୧ ଯୋଗେ କାନ୍ତାମ୍ମାଙ୍କ ସହ ଉଭୟ ଯୁବକ ପଳାୟନ କରିଥିଲେ । ଏହାପରେ ଘଟଣା ସମ୍ପର୍କରେ ଖବର ପାଇ ବରିଷ୍ଠ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ ଏବଂ କିଛି ବିଜେପି କର୍ମୀ ତୁରନ୍ତ ପହଞ୍ôଚ ଦେଖିବାବେଳକୁ ତାତାମ୍ମା ତଳେ ମୁହଁ ମୋଡି ପଡିଥିବାର ଦେଖିବାକୁ ପାଇଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣା ଦିନ ହିଁ ବିଜେପି ନେତା ଶ୍ରୀ ପଟ୍ଟନାୟକ ଏନେଇ ଲିଖିତ ଅଭିଯୋଗ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପ୍ରଦାନ କରିଥିଲେ । ଏନେଇ ପାରଳାଖେମୁଣ୍ଡି ପୋଲିସ ୨୯୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଘଟଣା ଘଟିବାର ମାତ୍ର ୪୮ଘଣ୍ଟା ମଧ୍ୟରେ ଆଜି ସକାଳ ସମୟରେ ପୋଲିସ ସଫଳତାର ସହ ପାରଳାଖେମୁଣ୍ଡି ଏବଂ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ଠାରୁ ୩ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବ୍ୟବହୃତ ମୋବାଇଲ, ଦୁଇଗୋଟି ଦୁଇଚକିଆ ଯାନ, ତାତାମ୍ମାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆଣିଥିବା ରୁମାଲ ଓ କପଡା ଖଣ୍ଡ ଆଦିକୁ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବାର ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ତାତାମ୍ମା ଆନ୍ଧ୍ରରର ଶ୍ରୀକାକୁଲମ ସହରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସେ ସୁସ୍ଥ ଥିବାର ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଘଟଣାର ତଦନ୍ତ କାରୀ ଅଧିକାରିଣୀ ଅହଲ୍ୟା ମହାରଣା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ