ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ଟେଣ୍ଡର ଫିକ୍ସିଂ ଗୁମର ଖୋଲିବା ନେଇ ଠିକାଦାରଙ୍କୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନ(ଆର.ଡବ୍ଲୁ.ଏସ.ଏସ.)ର ଟେଣ୍ଡର ଫିକ୍ସିଂର ଗୁମର ଖୋଲିଦେବାରୁ ଜନୈକ ଠିକାଦାରଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଖରିଆପଡା ଗ୍ରାମର ଠିକାଦାର ଶୁଭେନ୍ଦୁ ରାଉତ କେନ୍ଦ୍ରାପଡା ସହରରୁ ଗ୍ରାମକୁ ଫେରୁଥିବା ବେଳେଗତ ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଦୋବନ୍ଧା ଛକ ନିକଟରେ ୨ଜଣ ଦୁର୍ବୁତ୍ତ ତାଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଠିକାଦାର ଶ୍ରୀ ରାଉତଙ୍କ ଆଖି ଓ ମୁଣ୍ଡରେ ଗଭୀର ଆଘାତ ସୃଷ୍ଟି ହୋଇଛି । ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗ ଅନୁଯାଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନରେ ନଳକୂପ ଖନନ ଓ ଘରକୁ ପାଇପ ସଂଯୋଗ ପାଇଁ ଡିଭିଜନ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଡିଭିଜନ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ସେ ସମ୍ପର୍କରେ ନୋଟିସ ମରା ନଯାଇ ଭିତରେ ଭିତରେ ଟେଣ୍ଡର ପେପର ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଥିଲା । ଠିକାଦାର ଶ୍ରୀ ରାଉତ ଏ ବିଷୟରେ ଅଭିଯୋଗ କରିବା ପରେ ଟେଣ୍ଡର ପେପର ବିକ୍ରୀକୁ ବାତିଲ କରି ଦିଆଯାଇଥିଲା । କିନ୍ତୁ ପରେ ପୁନର୍ବାର ଟେଣ୍ଡର ପେପର ବିକ୍ରୀ ଆରମ୍ଭ କରାଯିବାରେ ଠିକାଦାର ଶ୍ରୀ ରାଉତ ପେପର କିଣିବାକୁ ଯାଇଥିଲେ । ପେପର ବିକ୍ରୀ କରୁଥିବା ଅଧିକାରୀ ଜଣକ ଶ୍ରୀ ରାଉତଙ୍କୁ ନିର୍ଦ୍ଦିଷ୍ଟ ଜଣେ ଯନ୍ତ୍ରୀଙ୍କ ଠାରୁ ହାତଲେଖା ନଆଣିଲେ ତାଙ୍କୁ ଟେଣ୍ଡର ପେପର ବିକ୍ରୀ କରାଯାଇପାରିବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଥିଲା । ଏଭଳି ଘଟଣାକୁ ନେଇ ଆର.ଡବ୍ଲୁ.ଏସ.ଏସ. ଡିଭିଜନରେ ଟେଣ୍ଡର ଫିକ୍ସିଂ ହେଉଥିବା ନେଇ ସନ୍ଦେହ ଉପୁଜିବା ସହ ବିଭିନ୍ନ ଗଣମାଧ୍ୟମରେ ଏସମ୍ପର୍କିତ ଖବର ପ୍ରକାଶ ପାଇଥିଲା । ସଂପୃକ୍ତ ଅଭିଯୋଗକାରୀ ଠିକାଦାରଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣ ହେବା ପରେ ଆର.ଡବ୍ଲୁ.ଏସ.ଏସ. ଡିଭିଜନରେ ଟେଣ୍ଡର ଫିକ୍ସିଂ ହେଉଥିବା ଅଭିଯୋଗରେ ସତ୍ୟତା ଥିବା ସୁଚାଉଛି । ଟେଣ୍ଡର ଫିକ୍ସିଂର ଗୁମର ଖୋଲିଦେଇଥିବାରୁ ତାଙ୍କ ଉପରେ ଡିଭିଜନର ଜନୈକ ଯନ୍ତ୍ରୀଙ୍କ ନିର୍ଦେଶରେ ଏଭଳି ମରଣାନ୍ତଙ୍କ ଆକ୍ରମଣ ହୋଇଥିବା ଅଭିଯୋଗ କରିବା ସହ ଏହି ଘଟନାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଠିକାଦାର ଶ୍ରୀ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ